ସେହି କ୍ରମରେ କୋରିଆ ଓ ଜାପାନ ଖେଳରେ କୋରିଆ କାପଟେନର ହାତଧରି ପଡିଆ ମଝିକୁ ଦୌଡ଼ି ଦୌଡ଼ି ଆସିଥିଲେ ଡିଏଭି ପୋଖରିପୁଟର ଛାତ୍ର ଏକାକ୍ଷର ତ୍ରିନାଥ ପଟ୍ଟନାୟକଙ୍କ ନିକଟକୁ। ଏକାକ୍ଷରକୁ ପଚାରିବାରୁ ସେ କହିଛନ୍ତି ଯେ ମୋତେ କୋରିଆ କାପଟେନ, ସ୍କୁଲର ନାଁ ବାପା ଙ୍କ ନାଁ ହବି ସବୁ ପଚାରିଲେ ଆଉ ମୁଁ ମଧ୍ୟ ତାଙ୍କ ଟିମ ପାଇଁ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଶୁଭ କାମନା କଲି ଆଉ ସେମାନେ ଜାପାନକୁ ହରେଇ ଆସିଲେ ତାପରେ ମୋତେ କିସ୍ କଲେ। ମୋପାଇଁ ଆଜିର ଦିନଟି ଜୀବନର ଗୋଟିଏ ଇତିହାସ ହେଲା ବିଶ୍ଵ କପ ରେ ମୁଁ କିଛି ଗୁଣ୍ଡୁଚି ମୂଷାର କାମ କଲି ସେଥିପାଇଁ ମୁଁ ମୋର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓ କ୍ରୀଡ଼ା ବିଭାଗକୁ ଧନ୍ୟବାଦ ଜଣାଉଛି ।
କ୍ରୀଡା ଖବର ଆହୁରି ପଢନ୍ତୁ