ଟ୍ବିନ ସିଟିରେ ମଧ୍ୟ ପାଳନ ହେଉଛି ରଙ୍ଗର ଉତ୍ସବ। ହୋଲିର ରଙ୍ଗରେ ପିଲାଠୁ ବୟସ୍କ ସମସ୍ତେ ହେଲେ ମସଗୁଲ୍ । ହୋଲି ପାଇଁ ଯୁବପୀଢୀ ଆଜି ବିଶେଷ ଭାବେ ଉତ୍ସାହିତ । ରଙ୍ଗ ମାଧ୍ୟମରେ ପରସ୍ପରକୁ ଭଲ ପାଇବା ଓ ସମ୍ପର୍କକୁ ଅଧିକ ମଧୁର କରିବାର ଅବସରକୁ କେହି ହାତଛଡା କରିନାହାନ୍ତି । ସବୁ ଧର୍ମର ଲୋକେ ଏହି ପର୍ବରେ ସାମିଲ ହୋଇ ଆନନ୍ଦ ଉଲ୍ଲାସର ସହ ରଙ୍ଗ ଉତ୍ସବ ମନାଇଛନ୍ତି । ହୋଲିର ରଙ୍ଗରେ ସାରା ରାଜ୍ୟ ରଙ୍ଗୀନ ହୋଇଛି । ପରସ୍ପରକୁ ରଙ୍ଗ ବୋଳି ଶୁଭେଚ୍ଛା ଓ ଶୁଭକାମନା ବାଣ୍ଟୁଛନ୍ତି ଲୋକେ। ଫଗୁଣର ଫଗୁରେ ଭିଜୁଛନ୍ତି ।
ନାଚ ଗୀତରେ ମଜିଛନ୍ତି, ରଙ୍ଗରେ ଭିଜୁଛନ୍ତି । କେଉଁଠି ଡିଜେର ତାଳେ ତାଳେ ନାଚ ଜମିଛି ତ ଆଉ କେଉଁଠି ଅବିର ବର୍ଷା । ଛୋଟ ପିଲାମାନେ ଭଳିକି ଭଳି ଫଗୁ ସହ ପିଚକାରୀ,ଟୋପି, ମାସ୍କ ଲଗାଇ ହୋଲି ଖେଳୁଛନ୍ତି ।
ଏପଟେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ରଙ୍ଗ ଦୋକାନରେ ରେଡ୍ କରୁଛି ପୋଲିସ । ସାଙ୍ଗରେ ବିଶେଷଜ୍ଞଙ୍କୁ ଧରି ରାଜଧାନୀର ବିଭିନ୍ନ ଦୋକାନ ଉପରେ ଚଢାଉ କରାଯାଉଛି । ବିଶେଷଜ୍ଞ କହିଛନ୍ତି, ଶରୀର ଉପରେ ଖରାପ ପ୍ରଭାବ ପକାଇବ ମୁଣ୍ଡଫଟା ରଙ୍ଗ । ହର୍ବାଲ ରଙ୍ଗରେ ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।