କୋରୋନା ବିରୁଦ୍ଧ ଲଢେଇରେ ବିଜୟର ମୋଦି ମନ୍ତ୍ର
ଭୁବନେଶ୍ୱର/କଟକ: ଆଜି ରଙ୍ଗ ଓ ପ୍ରେମର ପର୍ବ ହୋଲି । ହେଲେ କରୋନା କଟକଣା ପାଇଁ ଫିକା ପଡ଼ିଛି ଉତ୍ସବ । ଘରେ ରହି ହୋଲି ଖେଳୁଛନ୍ତି ଟ୍ବିନସିଟି ବାସିନ୍ଦା । ରାସ୍ତାଘାଟ ଖାଁ ଖାଁ । ସେପଟେ ରାଜ୍ୟରେ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ କରୋନା କଟକଣା ହୋଲି ମାହୋଲକୁ ଫିକା କରିଛି ।
ସଂକ୍ରମଣ ବୃଦ୍ଧି ପାଇବାରୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସାର୍ବଜନୀନ ଭାବେ ହୋଲି ଖେଳିବାକୁ ରୋକ ଲାଗେଇଛନ୍ତି । ପୂର୍ବ ବର୍ଷ କରୋନା ସଂକ୍ରମଣ ଆରମ୍ଭ ଯୋଗୁଁ ହୋଲି ପର୍ବ ପ୍ରଭାବିତ ହୋଇଥିଲା । ଆଉ ଚଳିତ ବର୍ଷ କରୋନାର ଦ୍ବିତୀୟ ଲହର ଦେଖାଦେିଥିବାରୁ କଟକଣା ଲାଗିଛି । କେବଳ ଘରେ ରହି ପରିବାର ସହ ରଙ୍ଗ ଖେଳିବାକୁ ପରାମର୍ଶ ରହିଛି ।