ନଦୀ ଓ ଜଳାଶୟରେ ପୋଲିସ ଓ ଅଗ୍ନିଶମ ବାହିନୀ ରହିବେ । ତେବେ ଲୋକ ସଚେତନ ହେଲେ ଅଘଟଣକୁ ରୋକି ହେବ । ପାଟ୍ରୋଲିଂ ବ୍ୟବସ୍ଥା କଡା କଡି କରାଯିବ ବୋଲି କହିଛନ୍ତି ପୋଲିସ କମିଶନର । କଟକରେ ହୋଲି ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ନିଶାସେବନ କରି ହୋଲି ଖେଳିବା ଏବଂ ଦ୍ରୁତ ଗତିରେ ଗାଡି ଚାଳକଙ୍କ ଉପରେ ପୋଲିସ ନଜର ରଖିବ । କଟକରେ 15 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ପୋଲିସ ପେଟ୍ରୋଲିଂକୁ ମଧ୍ୟ କଡାକଡି କରାଯିବ ବୋଲି କହିଛନ୍ତି କଟକ ଡିସିପି ।
ସେହିପରି ଭୁବନେଶ୍ବରରେ ନଜର ରଖିବ ସ୍ପେଶାଲ ସ୍କ୍ୱାର୍ଡ ଓ ଟିମ -60 । 31 ଟି ସ୍ଥାନରେ ପିକେଟିଙ୍ଗ କରିବ ପୋଲିସ । 17 ମୋବାଇଲ ପାଟ୍ରୋଲିଙ୍ଗ ବ୍ୟବସ୍ଥା କରାଯାଇଛି । ସକାଳ 7ରୁ 3 ଟା ପର୍ଯ୍ୟନ୍ତ ହୋଲି ଖେଳ ହେବ, ବିଭିନ୍ନ ସ୍ଥାନରେ ସ୍ପେଶାଲ ଟିମ ଚେକ କରିବେ । ରାତିରେ ମଦୁଆଙ୍କ ଉପରେ ନଜର ରଖା ଯାଇଛି ।