କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ପାଳିମୀ ପଞ୍ଚାୟତ ମୋହନପୁର ଗ୍ରାମର ବୃଦ୍ଧା ମହିଳା ରୁକ୍ମଣୀ ବେହେରାl ରୁକ୍ମଣୀ ରହିବା ନିମନ୍ତେ ଘର ଟିଏ ନଥିବାରୁ ପାଇଖାନାରେ ଦିନ କାଟୁଥିଲେ l ଖାଲି ସେତିକି ନୁହେଁ କାନକୁ ଠିକ ସେ ଶୁଭୁନି, ଜଣେ ନିରାଶ୍ରୟ ଭାବେ ଜୀବନ କାଟୁଛନ୍ତି ରୁକ୍ମଣୀ l ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇନଥିଲା।
କିନ୍ତୁ ଏହି ବୃଦ୍ଧାଙ୍କୁ ଆଶ୍ରୟ ଦେବା ନିମନ୍ତେ ଅଣ୍ଟା ଭିଡିଥିଲେ ଆମ ସମ୍ପର୍କ ସାଥୀ ଫାଉଣ୍ଡେସନର ସଦସ୍ୟ l ମାତ୍ର କିଛି ମାସ ମଧ୍ୟରେ ନିଜ ନିଜର ରୋଜଗାରରୁ ଖର୍ଚ୍ଚ କାଟ କରି ବୃଦ୍ଧା ରୁକ୍ମଣୀଙ୍କ ପାଇଁ ତୋଳି ଦେଇଛନ୍ତି ଏକ ଆଜବେଷ୍ଟସ ଘର l ଯେଉଁ ଘରଟିକୁ ଆଜି ପ୍ରତିଷ୍ଠା କରାଯାଇ ବୃଦ୍ଧାଙ୍କ ଗୃହ ପ୍ରବେଶ କରାଯାଇଛି l ସ୍ଥାନୀୟ ସରପଞ୍ଚଙ୍କ ସମେତ ବରିଷ୍ଠ ନାଗରିକ ମାନେ ଯୋଗଦେଇ ଏହି ଗୃହକୁ ଉଦଘାଟନ କରିବା ସହିତ ସ୍ୱେଛାସେବୀ ଅନୁଷ୍ଠାନର ସଦସ୍ୟ ମାନଙ୍କୁ ସାଧୁବାଦ ଜଣାଇଛନ୍ତି l
ରୁକ୍ମଣୀ ରହୁଥିବା ଘର 2011 ବନ୍ୟାରେ ଭାଙ୍ଗି ଯାଇଥିବା ବେଳେ ସେ ଅସହାୟ ଭାବେ କେତେବେଳେ ପଡୋଶୀ ଘରେ ତ ଆଉ କେତେବେଳେ ଏଣେତେଣେ ଆଶ୍ରୟ ନେଉଥିଲେ l ପରେ ତାଙ୍କୁ ମିଳିଥିବା ସ୍ୱଛ ଭାରତ ପାଇଖାନା ହିଁ ତାଙ୍କ ପାଇଁ ଆଶ୍ରୟସ୍ଥଳୀ ପାଲଟିଥିଲା l ପ୍ରଶାସନ ପକ୍ଷରୁ ତାଙ୍କୁ ଘର ଟିଏ ଯୋଗାଇ ଦିଆ ଯାଇ ପାରିନଥିଲାl
ଦୀର୍ଘ ଦିନ ସେ ପାଇଖାନାରେ ରହିବା ପରେ ଆମ ସମ୍ପର୍କ ସାଥୀ ଫାଉଣ୍ଡେସନର ପ୍ରଚେଷ୍ଟାରେ ଏକ ନୂତନ ଘର ନିର୍ମାଣ ହୋଇଛି l ଯେଉଁଠି ରୁକ୍ମଣୀ ଆଜିଠାରୁ ରହିବେ l ଅପର ପକ୍ଷରେ ବୃଦ୍ଧା ଜଣକ ମଧ୍ୟ ଖୁସିରେ ଅନୁଷ୍ଠାନର ପିଲାମାନଙ୍କୁ ଆଶୀର୍ବାଦ ଦେଇଛନ୍ତି l ପଡୋଶୀ ମାନେ ବଖାଣିଛନ୍ତି ରୁକ୍ମଣୀ ପୂର୍ବରୁ ରହୁଥିବା ସ୍ଥିତ ବିଷୟରେ l
ବଡ଼ ଦୁଃଖର କଥା ହେଉଛି ଯେଉଁ କାମ ପ୍ରଶାସନ କରିବା କଥା ସେହି କାମ କରିବାକୁ ଆସୁଛନ୍ତି ସାମଜିକ ଅନୁଷ୍ଠାନ l ସରକାରଙ୍କ ବିକାଶର ଏକ ନମୁନା ରୁକ୍ମିଣୀ ରହୁଥିବା ପାଇଖାନା କହୁଛି ତେଣୁ ପ୍ରଶାସନ କେବେ ଦୃଷ୍ଟି ଦେବ ଅସହାୟ ଲୋକଙ୍କୁ ତାହା ଦେଖିବାକୁ ବାକି ରହିଲା l
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।