କେନ୍ଦୁଝର: ହଜିଗଲାଣି ମାନବିକତା ! ମା’ ବାପା ଛେଉଣ୍ଡ ଅନାଥ ପିଲାମାନଙ୍କ ପାଇଁ ଦରଦ ଦେଖାଇଲେନି ହସ୍ପିଟାଲ କର୍ତ୍ତୃପକ୍ଷ । ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ।
ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ 3 ପିଲାଙ୍କ ସାହାରା ଥିବା ମା’ବି ଯକ୍ଷ୍ମା ରୋଗରେ ଆଖି ବୁଜିଲେ । ଗତ ୨୭ ତାରିଖରୁ ବଡ଼ବିଲ ଧୋବି ହଟିଂର ପାର୍ବତୀ ମୁଣ୍ଡା ଯକ୍ଷ୍ମା ରୋଗରେ ପୀଡିତ ହୋଇ କେନ୍ଦୁଝର ଜିଲ୍ଲା ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ତେବେ ପାର୍ବତୀଙ୍କର ମୃତ୍ୟୁ ହୋଇଥିଲା ।
ମୃତ୍ୟୁ ପରେ ପାର୍ମତୀଙ୍କ ମୃତଦେହ ନେବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଏକ ଆମ୍ବୁଲାନ୍ସ ବି ଯୋଗାଇ ଦେଲେନି । ପାର୍ବତୀଙ୍କ 3 ପିଲା ମେଡିକାଲ ବାରଣ୍ଡାରେ ବସି କାନ୍ଦୁଥିଲେ । କାନ୍ଦିବା ଛଡ଼ା ଆଉ କୌଣସି ପନ୍ଥା ବି ନଥିଲା ତାଙ୍କ ପାଖରେ । ମୃତଦେହ ପାଇଁ ନହେଲା ନାହିଁ 3 ଅନାଥ ପିଲାଙ୍କ ପାଇ ବି କେହି ଦୟା ଦେଖାଇଲେ ନାହିଁ ।
କୌଣସି ସହାୟତା ଯୋଗାଇଦେଲେନି ମେଡିକାଲ କର୍ତ୍ତୃପକ୍ଷ । ତେବେ 3 ପିଲାଙ୍କୁ ଏଭଳି ପରିସ୍ଥିତିରେ ଦେଖି କିଛି ସ୍ୱେଚ୍ଛାସେବୀ ସଂଗଠନ ଏକ ଘରୋଇ ଆମ୍ବୁଲାନ୍ସରେ ପାର୍ବତୀଙ୍କ ମୃତଦେହକୁ ପଠାଇଥିଲେ । ଏହି ଘଟଣାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଚାଲିଛି ।
-
ଅର୍ଗସ ବ୍ୟୁରୋ : ମିଜୋରାମରେ ବଦଳିଲା ସରକାର । ପରାସ୍ତ ହେଲେ ଖୋଦ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ମଜୋରାମ ବିଧାନସଭା ନିର୍ବାଚନ ପାଇଁ ମତ ଗଣନା ସରିଛି । ଏବଂ ଏହାସହ ଗାଦିଚ୍ୟୁତ ହୋଇଛି ଏମଏନଏଫ୍ । ୪୦ ଆସନ ବିଶିଷ୍ଟ ବିଧାନସଭାର ୨୭ ଟି ଆସନ କବ୍ଜା କରିଛି ଜୋରାମ ପିପୁଲ୍ସ ମୁଭମେଣ୍ଟ । ସବୁଠାରୁ ବଡ଼ କଥା କ୍ଷମତାରେ ଥିବା ଏମଏନଏଫ ୧୧ ଜଣ ମନ୍ତ୍ରୀଙ୍କୁ ଟିକେଟ ମିଳିଥିଲା । ଏମାନଙ୍କ ମଧ୍ୟରୁ ୯ ଜଣ ପରାସ୍ତ ହୋଇଛନ୍ତି । ଏମଏନଏଫକୁ କେବଳ ୧୦ଟି ଆସନ ମିଳିଛି । \
ଅଧିକ ପଢନ୍ତୁ ଭାରତ ଖବର
ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଏମଏନଏଫର ମୁଖିଆ ଜୋରମଥାଂଗା ନିଜ ସିଟ ମଧ୍ୟ ବଞ୍ଚାଇ ପାରି ନାହାନ୍ତି । ଆଇଜୋଲ ଆସନରୁ ZPMର ଲାଲଥାନସାଂଗାଙ୍କ ଠାରୁ ୨,୧୦୧ ଭୋଟରେ ପରାସ୍ତ ହୋଇଛନ୍ତି ଜୋରାମଥାଂଗା । ଲାଲଥାନସାଂଗାଙ୍କୁ ୧୦,୭୨୭ ଖଣ୍ଡ ଭୋଟ ମିଳିଥିବା ବେଳେ ଜୋରାମଥାଂଗାଙ୍କୁ ୮୬୨୬ ଖଣ୍ଡ ଭୋଟ ମିଳିଛି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ମଧ୍ୟ ପରାଜିତ ହୋଇଛନ୍ତି ।
ସେହିପରି ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ୧୩୫ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି । ରାଜ୍ୟରେ ବିଜେପିକୁ ୨ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିଛି । ତେବେ ZPM କ୍ଷମତା ଦଖଲ କରିଥିବାରୁ ଲାଲଦୁହୋମା ମୁଖ୍ୟମନ୍ତ୍ରୀ ହେବେ । ସେ ସେରଚ୍ଚିପ ଆସନରୁ ବିଜୀ ହୋଇଛନ୍ତି । ଲାଲଦୁହୋମା ୨୯୮୨ ଖଣ୍ଡ ଭୋଟରେ ଏମଏନଏଫ ପ୍ରାର୍ଥୀଙ୍କୁ ହରାଇଛନ୍ତି । ଲାଲଦୁହୋମା ବିଜୟ ପରେ କହିଛନ୍ତି, ମୁଁ ଆଦୌ ଆଶ୍ଚର୍ଯ୍ୟ ନୁହେଁ । ଏଠାରେ ଏହା ହିଁ ରେଜଲ୍ଟ ହେବାର ଥିଲା । ଏବେ ଲୋକଙ୍କ ସ୍ୱପ୍ନକୁ ପୂରଣ କରାଯିବ ।
ଅର୍ଗସ ବ୍ୟୁରୋ : ରାତି ପାହିଲେ ପଢୁଆଁ ଅଷ୍ଟମୀ । ପଢୁଆଁ ହେବେ ମହାପ୍ରଭୁ । ଏଥିପାଇଁ ଭକ୍ତିମୟ ପରିବେଶରେ ପୁରି ଉଠିଛି ଶ୍ରୀକ୍ଷେତ୍ର । ନିଆଳି ମାଧବାନନ୍ଦ ମନ୍ଦିରରୁ ଆସିଛି ମହାପ୍ରଭୁଙ୍କ ପାଇଁ ପ୍ରଥମାଷ୍ଟମୀ ଭାର । ମାର୍ଗଶୀର ମାସ କୂଷ୍ଣ ପକ୍ଷ ଅଷ୍ଟମୀ ତିଥିରେ କାଳିଆ ଦିଅଁ ହେବେ ପୋଢୁଆଁ । ମହାପ୍ରଭୁ ପିନ୍ଧିବେ ନୂଆ ବସ୍ତ୍ର, ଲାଗି ହେବ ସୂତନ୍ତ୍ର ଭୋଗ । ଯାହା ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି ।
ଯାହାକୁ ନେଇ ପୁରୀ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ତେବେ ଶ୍ରୀମନ୍ଦିର ସତ୍ୟଲିପି ଓ ଇତିହାସରେ ମହାପ୍ରଭୁଙ୍କର ସେଭଳି କିଛି ମାମୁଁ ଘର ନଥିବା କୁହାଯାଉଥିଲେ ମଧ୍ୟ ଶ୍ରଦ୍ଧା ଓ ବିଶ୍ୱାସର ସହିତ ଗତ କିଛିବର୍ଷ ହେଲା ପ୍ରଥମାଅଷ୍ଟମୀ ଭାର ଆସୁଅଛି । ନିଆଳି ମାଧବନନ୍ଦ ଜୀଉ ମନ୍ଦିର ପକ୍ଷରୁ ଶ୍ରୀ ଜଗନ୍ନାଥଙ୍କୁ ମାମୁଁ ଘର ବୋଲି ଦାବୀ କରାଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଳି ମାଧବ ମନ୍ଦିରରରୁ ଆସିଥିବା ପଢୁଆଁ ବସ୍ତ୍ର ଓ ଭାରକୁ ଦାନ ହିସାବରେ ଗ୍ରହଣ କରାଯାଇଛି । ପ୍ରାଚୀ ନଦୀ ତଟରେ ଥିବା ନିଆଳି ମାଧବ ମନ୍ଦିରରୁ ଭଜନ ଜଣାଣ ଓ ସଂକୀର୍ତ୍ତନ ମାଧ୍ୟମରେ ବିଶାଳ ପଦଯାତ୍ରା ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚବି ପରେ ବଡଦାଣ୍ଡ ଦେଇ ଶ୍ରୀ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଥିଲା ।
ଶ୍ରୀ ଜଗନ୍ନାଥଙ୍କ ମାମୁଁ ଘରକୁ ନେଇ ପ୍ରତିବର୍ଷ ଏହି ଭାର ଯୋଗୁଁ ବିଭିନ୍ନ ସମୟରେ ବିବାଦ ଉପୁଜୁଥିବା ବେଳେ, ପ୍ରକୃତ ତଥ୍ୟ ଉନ୍ମୋଚନ ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଛି । ସେପଟେ ଏହି ବିଷୟରେ ଶ୍ରୀମନ୍ଦିର ପ୍ରଶାସନ ପାଖରେ କୌଣସି ତଥ୍ୟ ନଥିବାବେଳେ ଏହାକୁ ବିଶ୍ଳେଷଣ କରାଯାଇ ଯାହାକିଛି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗୋଟିଏ ପଟେ ଅସ୍ଥା ଓ ବିଶ୍ୱାସ, ଅନ୍ୟପଟେ ପରମ୍ପରା ଓ ଶାସ୍ତ୍ରୀୟ ମତରେ ଛନ୍ଦୀ ହୋଇଛି ମହାପ୍ରଭୁଙ୍କ ପଢୁଆଁ ଅଷ୍ଟମୀ ଭାର ।