ହେଲେ ଏହାକୁ ସେ କଟକ ନେବା ପରିବର୍ତ୍ତେ ପୁରୀ କଲେଜ ଛକ ନିକଟରେ ଥିବା ଏକ ଚାଉଳ ଗୋଦାମରେ ଏହାକୁ ଧୂଳି ଧୂସରିତ ଅବସ୍ଥାରେ ପକାଇ ଚାଲି ଯାଇଥିଲେ।ଯଦି ଏପରି ଘଟେ ତେବେ ମହାପ୍ରଭୁଙ୍କ ରଥଚକର ପଵିତ୍ରତା ଅକ୍ଷୁର୍ଣ୍ଣ ରଖିବାକୁ ନେଇ ପ୍ରଶ୍ନଚିହ୍ନ ସୃଷ୍ଟି ହେବ ।ନୂଆ ଏସ ଓ ପି ପରେ ଭକ୍ତ ଶ୍ରଦ୍ଧାଳୁ ମାନେ ଯେଉଁ ଚକ ନେବେ ତାର ପବିତ୍ରତା ଅକ୍ଷୁର୍ଣ୍ଣ ରଖିବେ ନା ନାହିଁ ତାକୁ ନେଇ ଏବେ ପ୍ରଶ୍ନ । ସେପଟେ ଯେଉଁ ବ୍ୟକ୍ତି ରଥଚକ ଓ ଅନ୍ୟାନ୍ୟ ଅଂଶବିଶେଷ ନେଉଛନ୍ତି ସେମାନେ ତାହାକୁ କିଭଳି ଓ କେଉଁ ପରିସ୍ଥିତିରେ ରଖୁଛନ୍ତି ତାହାର ଏକ ଫଟୋ ଶ୍ରୀମନ୍ଦିର ପ୍ରଶାସନକୁ ପଠେଇବାକୁ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି।
ଅଧିକ ଓଡିଶା ଖବର ପଢ଼ନ୍ତୁ
ଅନ୍ୟପଟେ ପୂର୍ବରୁ ପରମ୍ପରା ମୁତାବକ ରଥଯାତ୍ରା ଶେଷ ହେଲେ ରଥର ତମାମ୍ ଅଂଶବିଶେଷ ଶ୍ରୀମନ୍ଦିର ରୋଷଶାଳାରେ ମହାପ୍ରଭୁଙ୍କ ଭୋଗ ରାନ୍ଧିବା ପାଇଁ ବ୍ୟବହାର ହେଉଥିବା ନିୟମ ରହିଥିବା ବେଳେ ଏବେ ବ୍ୟବସାୟୀକ ମନୋଭାବ ଯୋଗୁଁ ରଥର ପବିତ୍ରତା ନଷ୍ଟ ହେଉଥିବା ବୁଦ୍ଧିଜୀବୀ ମାନେ ଅଭିଯୋଗ କରିଛନ୍ତି।ସେପଟେ ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତ ଯେ ନୂଆ ଏସ ଓ ପି ଅନୁଯାୟୀ ଭକ୍ତ ଶ୍ରଦ୍ଧାଳୁ ମାନେ ରଥଚକର ପବିତ୍ରତା ବଜାୟ ରଖିବାକୁ ଅଣ୍ଡରଟେକିଙ୍ଗ ଦେବେ ।
ଯଦି କୌଣସି ଏଭଳି ଘଟଣା ସାମନାକୁ ଆସେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।ତାସହିତ ରଥଚକ ପାଇବା ପରେ ଭକ୍ତ କେଉଁଠାରେ ତାକୁ ଇନଷ୍ଟଲ କରିଛନ୍ତି, ତାହାର ଫୋଟୋ କିମ୍ବା ଭିଡିଓ ପଠାଇବେ ।ଯାହାଫଳରେ ଏହାର ପବିତ୍ରତା ଓ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ରଥର ଚକ ସହ ତମାମ୍ ଅଂଶବିଶେଷର ସୁରକ୍ଷା ଓ ପଵିତ୍ରତାକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ନୂଆ ଏସଓପି କିଭଳି କାର୍ଯ୍ୟକାରୀ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।