ଏହାସହ କିଛି ବଡ଼ ଅପରାଧର ଖୁଲାସା କରାଯାଇଛି । ତେବେ ୨୦୧୯ ଡିସେମ୍ବର ମାସ ବେଲେଶ୍ୱର ଡବଲ ମର୍ଡର ଓ ୨୦୨୧ ଜୁଲାଇ ମାସର ଜଗତପୁର ଅଞ୍ଚଳରେ କେନାଲ କୂଳରେ ଶ୍ରମିକ ହତ୍ୟା ଘଟଣା ଏବେ ମଧ୍ୟ ଚାଲେଞ୍ଜ ହୋଇ ରହିଛି । ଯାହାର ପର୍ଦାଫାସ ପାଇଁ ଚେଷ୍ଟା ଜାରି ରହିଛି ବୋଲି କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।
୨୦୨୧ରେ କେତେ ନିୟନ୍ତ୍ରଣ ହେଲା ଅପରାଧ, କହିଲେ କଟକ ଡିସିପି
କଟକ: ୨୦୨୧ ମସିହାରେ ଅପରାଧ ନିୟନ୍ତ୍ରଣ ନେଇ କଟକ ଡିସିପି ପ୍ରତୀକ ସିଂ ପ୍ରତିକ୍ରିୟା ଦେଇଛନ୍ତି । ଲକଡାଉନ ପରେ ଚୋରି ଛିନତାଇ, ଲୁଟ, ଡକାୟତି ଆଦି ଅପରାଧ ବୃଦ୍ଧି ପାଇଥିଲା । ଏହାକୁ ସଫଳତାର ସହ କଟକ କମିଶରେଟ ପୋଲିସ ନିୟନ୍ତ୍ରଣ କରିଥିବା ବେଳେ ବ୍ରାଉନ ସୁଗାର ତଥା ଅନ୍ୟାନ୍ୟ ନିଶା କାରବାର ଓ ବେଆଇନ ବନ୍ଧୁକ କାରବାର ଉପରେ ମଧ୍ୟ କଟକ ପୋଲିସ ଚଳିତ ବର୍ଷ ଭଲ କାମ କରିଛି ।
Download Argus News App
