ଆଉ ଲଳିତର ମୃତ୍ୟୁ ପଛରେ ଏବେ ଛିଡା କରିଛି ହଜାର ହଜାର ପ୍ରଶ୍ନ । ଆଉ ଏ ସବୁ ଭିତରେ ଲଳିତଙ୍କ ବାପାଙ୍କ ବଡ ବୟାନ୍ ରାଜ୍ୟବାସୀଙ୍କୁ ତାଜୁବ କରିଛି । ଲଳିତ ଟେନସନରେ ଥିଲେ ଏକଥା କହିଛନ୍ତି ତାଙ୍କ ବାପା। ଆଉ ଏହି ଯେଉଁ ଘଟଣା ସେଥିପାଇଁ ଭଗବାନ ଭରଷା ବୋଲି କହିଛନ୍ତି ଲଳିତଙ୍କ ବାପା । ମୃତକଙ୍କ ବାପାଙ୍କ ଏହି କେଇପଦ କଥା ଛିଡା କରିଛି ଅନେକ ପ୍ରଶ୍ନଚିହ୍ନ ।
ବଡମନ୍ତ୍ରୀ ଦେଖି ଡରିଯାଉଛନ୍ତି କି ଲଳିତଙ୍କ ବାପା ?
ମନ୍ତ୍ରୀଙ୍କ ତରଫରୁ ଲଳିତଙ୍କ ପରିବାର ଉପରେ ପଡିଛି କି କିଛି ଚାପ ? ଗରିବୀ ଓ ସରଳତାର ସୁଯୋଗ ନେଇ ମନ୍ତ୍ରୀ କିଛି କରିଛନ୍ତି କି ଚକ୍ରାନ୍ତ ? ନ୍ୟାୟ ପାଇଁ କାହିଁକି ଭଗବାନଙ୍କ ନିକଟରେ ଶରଣରେ ପସିଲେ ଲଳିତଙ୍କ ବାପା ?
କାହାପାଇଁ ଲଳିତ ଟେନସନ୍ ରେ ରହୁଥିଲେ.......?
ଯଦି ଲଲିତ ଟେନସନ ରେ ଥିଲେ ତେବେ କାହାପାଇଁ ଓ କେଉଁ କାରଣ ପାଇଁ ? ଏମିତି ଅନେକ କିଛି ପ୍ରଶ୍ନକୁ ନେଇ ସାଧାରଣରେ ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଛି ରାଜ୍ୟ ବିଜେପି । ଆଉ ଦଳ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛି ଏମିତି କଣ ପରିସ୍ଥିତି ସୃଷ୍ଟି ହେଲା ଯେ, ରାତି ଅଧିଆ ପୋଷ୍ଟମର୍ଟମ କରାଗଲା....ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ଘରେ ମୃତଦେହ ମିଳିଛି ହେଲେ ତାହାକୁ ସ୍ୱାସ୍ଥ୍ୟବିଭାଗ, ଗୃହବିଭାଗ ଓ ଜିଲ୍ଲାପ୍ରଶାସନ ଏତେ ହାଲକା ଭାବେ କାହିଁକି ନେଲା ଏହାର ଉତ୍ତର ଦେବାର ଆବଶ୍ୟକତା ରହିଛି ।
ଆଉ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ ପୋଷ୍ଟମର୍ଟମ ସମୟରେ ପ୍ରଶାସନ ପକ୍ଷରୁ ଭିଡିଓ ଗ୍ରାଫି କରାଯାଇଛି କି .....ପୋଷ୍ଟମର୍ଟମ ରୁମରେ ବିଜୁଳି ବ୍ୟବସ୍ଥା ଥିଲା କି.... ଯଦି ଏସବୁ କରାଯାଇନାହିଁ ତାହାହେଲେ କାହିଁକି ଗାଇଡଲାଇନ୍ ଭାଙ୍ଗି ରାତି ଅଧିଆ ପୋଷ୍ଟମର୍ଟମ କରାଗଲା ବୋଲି ବିଜେପି ପ୍ରଶ୍ନ କରିଛି । ସେପଟେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପାଇଁ ଦାବି କରିଛି କଂଗ୍ରେସ ।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଯେଉଁ ଘରୁ ଲଳିତଙ୍କ ମୃତଦେହ ମିଳିଥିଲା ସେ ଘରେ ଆଉ କିଏ ସେ ରହିଥିଲା। ଲଲିତଙ୍କ ପରିବାରଙ୍କୁ ନବଙ୍କ ଡ୍ରାଇଭର ଗୋଡେ ଗୋଡେ କାହିଁକି ଜଗି ରହୁଛନ୍ତି । ଏମିତି ଅନେକ ପ୍ରଶ୍ନ ଉଠାଇ ବିଭିନ୍ନ ମହଲରେ ମନ୍ତ୍ରୀଙ୍କୁ ଟାର୍ଗେଟ କରାଯାଇଛି ।
ଲଳିତଙ୍କୁ ମାରି ଦିଆଯାଇଛି କି? ମାରିଦେବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି କି? ଘଟଣାକୁ ଚାପି ଦେବାପାଇଁ ବଡ ଚକ୍ରାନ୍ତ ହୋଇଛି କି ଯଦି ଲଳିତ ଆତ୍ମହତ୍ୟା କରିଥିଲେ ତାହାହେଲେ ରାତାରାତି ପୋଷ୍ଟମର୍ଟମ କାହିଁକି? ଏମିତି ଅନେକ ପ୍ରଶ୍ନର ଘେରାବନ୍ଦୀ ଭିତରକୁ ଚାଲିଆସିଛନ୍ତି ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଆଉ ବିବାଦକୁ ଚାଲି ଆସିଛନ୍ତି ଖୋଦ୍ ଜିଲ୍ଲାପାଳ, ଏସପି, ସିଡିଏମଓ , ଏଡିଏମଓ , ଆଇଆଇସି ଓ ପୋଷ୍ଟମର୍ଟମ କରିଥିବା ଡାକ୍ତର ।