ଯଦି କ୍ଷୀର ଧୀରେ ଧୀରେ ଧଳା ଚିହ୍ନ ଛାଡି ପ୍ରବାହିତ ହୁଏ, ତେବେ ଏହି କ୍ଷୀର ଶୁଦ୍ଧ ଅଟେ । କିନ୍ତୁ ଯଦି କ୍ଷୀର ଭୂମିରେ ପଡ଼ିବା ମାତ୍ରେ ଶୀଘ୍ର ପ୍ରବାହିତ ହେବାକୁ ଲାଗେ, ତେବେ ବୁଝନ୍ତୁ ଯେ ଏଥିରେ ଅପମିଶ୍ରଣ ହୋଇଛି ।
ଜୀବନଶୈଳୀ ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ: ଆପଣ ପ୍ରତିଦିନ କ୍ଷୀର ପିଉଛନ୍ତି କି? କୁହାଯାଏ ପ୍ରତିଦିନ କ୍ଷୀର ପିଉବା ଶରୀର ପାଇଁ ହିତ ହୋଇଥାଏ। କିନ୍ତୁ ଦର୍ଶକବନ୍ଧୁ ଆପଣ ପିଉଥିବା କ୍ଷୀର ଶୁଦ୍ଧ ନା ମିଶ୍ରିତ। ତାହା କିପରି ଜାଣିବେ? ସେ ସମ୍ବଦ୍ଧରେ ଆମେ ଦେବୁ ଆପଣଙ୍କୁ କିଛି ଟିପ୍ସ। ଆପଣଙ୍କୁ ପ୍ରଥମେ କିଛି ବୁନ୍ଦା କ୍ଷୀରକୁ ଭୂମିରେ ପକାଇବାକୁ ପଡିବ। ଭୂମିରେ ୨-୩ ବୁନ୍ଦା କ୍ଷୀର ପକାଇ କ୍ଷୀର କିପରି ପ୍ରବାହିତ ହେଉଛି ତାହା ଦେଖନ୍ତୁ।
ଯଦି କ୍ଷୀର ଧୀରେ ଧୀରେ ଧଳା ଚିହ୍ନ ଛାଡି ପ୍ରବାହିତ ହୁଏ, ତେବେ ଏହି କ୍ଷୀର ଶୁଦ୍ଧ ଅଟେ । କିନ୍ତୁ ଯଦି କ୍ଷୀର ଭୂମିରେ ପଡ଼ିବା ମାତ୍ରେ ଶୀଘ୍ର ପ୍ରବାହିତ ହେବାକୁ ଲାଗେ, ତେବେ ବୁଝନ୍ତୁ ଯେ ଏଥିରେ ଅପମିଶ୍ରଣ ହୋଇଛି ।
ଜୀବନଶୈଳୀ ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧୀନସ୍ଥ ଓସ୍ତପଡା ଗ୍ରାମ କାଜୁ ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା । ବିଶେଷ ସୂତ୍ରରୁ ଖବର ପାଇ ଚାନ୍ଦପୁର ପୋଲିସ ଚଢ଼ାଉ କରି ୩ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଘୁଡୁଘୁଡ଼ିଆ ପାଲି- ଗୋଟି, ୬ ଟି ମୋଟର ସାଇକେଲ, ୩ ଟି ମୋବାଇଲ ଏବଂ ନଗଦ ୩୫ ହଜାର ୬୭୦ ଟଙ୍କା ଜବତ କରିଛି ଚାନ୍ଦପୁର ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ପଲାହାଟ ଗ୍ରାମର ଉଚ୍ଚବ ପ୍ରଧାନ, ଭୁଷଣ୍ଡପୁର ଗ୍ରାମ ଉରୁମୁଖି ସାହିର ବ୍ରଜ ବେହେରା ଓ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ କନ୍ଧନୟାଗଡ଼ ଗ୍ରାମର ଗଣେଶ ବେହେରା । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଚାନ୍ଦପୁର ଥାନା ଅଧିକାରୀ ଜଗଦୀଶ କର ସୂଚନା ଦେଇଛନ୍ତି
ଅର୍ଗସ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟଙ୍କ ନିର୍ଦେଶରେ ଦଫା ୩୦୨ ଲାଗିବା ପରେ ହତାସ ହୋଇପଡ଼ିଛନ୍ତି ପ୍ରତାପ ଜେନା । କୋର୍ଟଙ୍କ ନିର୍ଦ୍ଦେଶ ପଛରେ ରାଜନୈତିକ ଚକ୍ରାନ୍ତ ଥିବା କହିଛନ୍ତି ବିଜେଡିର ପାୱାରଫୁଲ ପ୍ରତାପ । ସେ ନିର୍ଦ୍ଦୋଶ ତାଙ୍କୁ ଚକ୍ରାନ୍ତ କରି ଫସାଯାଇଥିବା ସଫେଇ ଦେଇଛନ୍ତି ପ୍ରତାପ ଜେନା ।
ଅଧିକ ପଢନ୍ତୁ : ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ବଡ଼ ପ୍ରମାଣ
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ନାଁରେ ଲାଗିଛି 302, 120 ବି ଓ 506 । ଦଫା ୩୦୨ ଲାଗିବା ପରେ ଗିରଫ ନେଇ ପ୍ରତାପଙ୍କ ମନରେ ପଶିଛି କି ଛନକା ? ସେଥିପାଇଁ ହତାସ ହୋଇ ଦେଇଛନ୍ତି କି ଏପରି ବୟାନ ?