ପରବର୍ତ୍ତୀ ୧୫ ଦିନ ଭିତରେ କ୍ଷତିଗ୍ରସ୍ତ ଲୋକଙ୍କୁ ନଷ୍ଟ ହୋଇଥିବା ଫସଲ ଓ ଘରଭଙ୍ଗା ସହାୟତା ରାଶି ପ୍ରଦାନ କରିବାକୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକର୍ମେ ବନ୍ୟା ପ୍ରଭାବିତ ଜିଲ୍ଲାକୁ ଏସଆରସିଙ୍କ କାର୍ଯ୍ୟାଳୟ, ରାଜସ୍ଵ ବିଭାଗ ଓ କୃଷି ବିଭାଗ ତରଫରୁ ଏ ବାବଦରେ ତତ୍କାଳ ରିପୋର୍ଟ ଦେବାକୁ କୁହାଯାଇଥିଲା। ମାତ୍ର ଏଯାଏଁ ଚୂଡ଼ାନ୍ତ ରିପୋର୍ଟ ମିଳିପାରିନାହିଁ। ନା ରାଜସ୍ଵ ବିଭାଗ ରିପୋର୍ଟ ଜାରି କରିପାରୁଛି ନା କୃଷି ବିଭାଗ। କେବଳ ୨୪ଟି ଜିଲ୍ଲାରେ ବନ୍ୟା କ୍ଷତିଗ୍ରସ୍ତ ହୋଇଥିବା ସରକାର ଜଣାଇଛନ୍ତି।
ପ୍ରଥମ ପର୍ଯ୍ୟାୟ ବନ୍ୟାରେ ୧୬ଟି ଜିଲ୍ଲା ଓ ଦ୍ଵିତୀୟ ପର୍ଯ୍ୟାୟ ବନ୍ୟାରେ ୮ଟି ଜିଲ୍ଲା ପ୍ରଭାବିତ ହୋଇଛି। ୧୦ଟି ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି। ମାତ୍ର ମୋଟ କେତେ ହେକ୍ଟର ଚାଷ ନଷ୍ଟ ହୋଇଛି। କେଉଁ ଜିଲ୍ଲାରେ କେତେ ଫସଲ ଓ କି ପ୍ରକାର ଚାଷ ନଷ୍ଟ ହୋଇଛି। କେତେ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। କେତେ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଏ ନେଇ ରାଜ୍ୟ ସରକାର ଚୂଡ଼ାନ୍ତ ରିପୋର୍ଟ ଏଯାଏଁ ଜାରି କରାଯାଇପାରିନାହାନ୍ତି।
ଏପଟେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ପୁଣି ଲଗାଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି। ଘର ଭାଙ୍ଗିଯାଇଥିବା ବିପନ୍ନଙ୍କ ଚିନ୍ତା ବର୍ଷାକୁ ନେଇ ବଢ଼ିଯାଇଛି। ଚାଷୀ ବି ଅସହାୟ ହୋଇ ସହାୟତାକୁ ଅପେକ୍ଷା କରିଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।