ସେହିପରି ମୟୁରଭଞ୍ଜରୁ 21, କଟକରୁ 17 ଓ ସମ୍ବଲପୁରରୁ 11 ସଙ୍କ୍ରମିତ ରହିଛନ୍ତି । ଏମାନଙ୍କ ମଧ୍ୟରୁ 18 ବର୍ଷରୁ କମ ଆକ୍ରାନ୍ତଙ୍କ ସଂଖ୍ୟା 35 ରହିଛି । ବର୍ତ୍ତମାନ ରାଜ୍ୟରେ ମୋଟ ଆକ୍ଟିଭ କେସ୍ 2 ହଜାର 338ରେ ପହଁଚିଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୯୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୩୩୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୩୮୩୦୬ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୩୭୨୭୮୭୩ ସାମ୍ପୁଲ ଟେଷ୍ଟ୍ ହୋଇଛି ।