ଅର୍ଗସ ପକ୍ଷରୁ କରାଯାଇଥିବା ଅପରେସନ ଯୁଗାଡରେ କ୍ୟାମେରା ଲେନ୍ସରେ କଏଦ ହୋଇଥିବା ପରିବହନ ବିଭାଗର ଲାଞ୍ଚୁଆ ବାବୁଙ୍କ କଳା କାରନାମା । ଆଉ ବିନା ଲାଞ୍ଚରେ ଯେ କିଛି କାମ ହୁଏନି ତାର EXCLUSIVE ପ୍ରମାଣ ଦେଇଥିଲା ଅର୍ଗସ । POLUTION ଟେଷ୍ଟ ପାଇଁ ଲାଇସେନ୍ସ ହେଉ କି ଗାଡିର ଫିଟନେସ୍ । ସବୁଠି ସରକାରୀ ବାବୁଙ୍କୁ ଦରକାର ପରସେଣ୍ଟେଜ୍। ଏହାର ଆଉ କେତେ ପ୍ରମାଣ ଦରକାର । ଏ ନେଇ କାହିଁକି ପରିବହନ ମନ୍ତ୍ରୀ ଓ ସଚିବଙ୍କ ମୁହଁରେ ତାଲା ତାକୁ ନେଇ ଦେଖାଦେଇଛି ସନ୍ଦେହ ।
state transport authorityର IT EXPORT ଯଶବନ୍ତ ପଣ୍ଡା। ବାବୁ ଯଶବନ୍ତ ଏଠି ହର୍ତାକର୍ତ୍ତା ଦୈଵ ବିଧାତା । ଲଞ୍ଚ ନେବା ବେଳେ ବାବୁ କୁହିଛନ୍ତି ଲାଞ୍ଚ ଟଙ୍କା ମୁଁ ଏକା ଖାଏନି କମିଶନରଙ୍କର ବି ଅଛି ଭାଗ। ଏହାର ପ୍ରମାଣ ବାରମ୍ବାର ଅର୍ଗସରେ ପ୍ରସାରିତ ହେବା ପରେ ବି ଯଶବନ୍ତ ପଣ୍ଡାଙ୍କ ବିରୋଧରେ ହୋଇନି କୌଣସି କାର୍ଯ୍ୟାନୁଷ୍ଠାନ।
ପ୍ରଦୂଷଣ ପରୀକ୍ଷା କେନ୍ଦ୍ର ଲାଇସେନ୍ସ କରାଇଦେବା ପାଇଁ ଭଦ୍ରକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର MVI ତଥା RTO INCHARGE ଦାୟିତ୍ବରେ ଥିବା ଖଗେଶ୍ବର ମୁର୍ମୁଙ୍କ କାରନାମା ବି ଖୁବ୍ ସାଙ୍ଘାତିକ। ବାବୁ ନିଜ ଡ୍ରାଇଭର ହାତରେ ଗିଫ୍ଟ ନେବା ସହ ନିଜ ଅଧସ୍ତନ କର୍ମଚାରୀ ସନ୍ତୋଷ ପତିଙ୍କ ମଧ୍ୟମରେ ନେଉଥିଲେ ଲାଞ୍ଚ। ଏ ହେଉଛି ତାର ଦୃଶ୍ୟ। ଏହାକୁ ବାରମ୍ବାର ଅର୍ଗସନ ପ୍ରସାରିତ କରିଛି ତଥାପି ଖଗେଶ୍ବର ଓ ସନ୍ତୋଷଙ୍କ ବିରୋଧରେ ହୋଇନି କୌଣସି କାର୍ଯ୍ୟାନୁଷ୍ଠାନ ।
ସରକାରୀ ବାବୁଙ୍କ ସହଯୋଗରେ ପଲ୍ୟୁସନ ସାର୍ଟିଫିକେଟ୍ ନାଁରେ ଦଲାଲଙ୍କ ଦ୍ବାରା ଚାଲିଛି ବେଆଇନ କାରବାର । ସରକରୀ ୱେବସାଇଟକୁ ହାଇଯାକ୍ କରି ରୋଜଗାର ହେଉଛି କୋଟି କୋଟି ଟଙ୍କା। ଆଉ ଏହାର ସିଂହ ଭାଗ ଟଙ୍କା ନେଇ ମଲେମାଲ ହେଉଛନ୍ତି ବିଭାଗର ବଡ଼ ବଡ଼ ବାବୁ । ଆଉ କେତେ ପ୍ରମାଣ ଦେଲେ ସରକାରଙ୍କୁ ଲାଗିବ ଯେ ଦୁର୍ନୀତି ହେଉଛି ବୋଲି । ଖବର ପ୍ରସାରଣ ହେବାର ସପ୍ତାହେରୁ ଅଧିକ ସମୟ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନହେବା କଣ ପ୍ରମାଣିତ କରୁଛି । ଏହି ବେଆଇନ ଓ ଲାଞ୍ଚ କାରବାରକୁ ମିଳିଛି କି ସରକାରୀ ସ୍ବୀକୃତି । ଯଦି ନୁହେଁ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ । କେବେ ମୁହଁ ଖୋଲିବେ ମନ୍ତ୍ରୀ, ସଚିବ ଓ କମିଶନର । ଏହା ଏକ ବଡ ପ୍ରଶ୍ନବାଚୀ ।