ତେବେ ଏହି ହୃଦ୍ଘାତ ଜନିତ ମୃତ୍ୟୁରୁ ଅଧିକାଂଶ Cardiopulmonary Resuscitation ବା CPR ଦ୍ବାରା ରୋକାଯାଇ ପାରିବ। ଆପଣ ବହୁ ସ୍ଥାନରେ ଲୋକ ମାନଙ୍କୁ ତଥା ସେନା କର୍ମଚାରୀ,ପୋଲିସ କର୍ମୀ ହୁଅନ୍ତୁ କିମ୍ବା ଟ୍ରାଫିକ ପୋଲିସ CPR ଦେଇ ଲୋକଙ୍କ ଜୀବନ ବଞ୍ଚେଇଥାନ୍ତି। ତେବେ ଏହି ଟ୍ରେନିଙ୍ଗ ମୁଖ୍ୟତଃ ସାଧାରଣ ଜନତାଙ୍କୁ ଜଣା ନାହିଁ ଯଦି ଏହି ପ୍ରଶିକ୍ଷଣ ସାଧାରଣ ଲୋକଙ୍କୁ ଶିଖା ଯାଏ ତେବେ ଅନେକ ଜୀବନ ରକ୍ଷା ପାରିବ।
ଏହି ପରିପ୍ରେକ୍ଷୀରେ ଶ୍ରୀ ସତ୍ୟସାଇ ସେବା ସଂଗଠନ, ଓଡ଼ିଶା ତଥା ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଆନୁକୂଲ୍ୟରେ ଏବଂ American Heart Association (AHA) ତଥା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ କେନ୍ଦ୍ର AIIMS ଭୁବନେଶ୍ଵରର ମିଳିତ ଆନୁକୂଲ୍ୟରେ ଓଡିଶାରେ ୨୦୨୫ ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଏହି CPR ତାଲିମ ଦେବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମଟିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ସେ ଏହି ପରିପ୍ରେକ୍ଷୀରେ ଜୀବନ ବଞ୍ଚାଉଥିବା ଏହି CPR ତାଲିମ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରସଂଶା କରିଛନ୍ତି।
ଏହାର ପ୍ରାଥମିକ ପଦକ୍ଷେପ ସ୍ଵରୂପ ଏକ ଗଣ CPR ତାଲିମକାର୍ଯ୍ୟକ୍ରମ ୨ଫେବୃୟାରୀ ୨୦୨୩ ଦିନ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିଅମ୍ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୦୦୦ ସ୍ଵେଚ୍ଛାସେବୀ ତାଲିମ୍ ଗ୍ରହଣ କରିଛନ୍ତି। ତନ୍ମଧ୍ୟରୁ ପ୍ରାୟ ୧୦୦୦ ପୋଲିସ୍, ୬୦୦ ଯୁବକ କଲେଜ ଛାତ୍ରୀ ଅନ୍ତର୍ଭୁକ୍ତ। ଆଗକୁ ଏହି କାର୍ଯ୍ୟକ୍ରମ ଜରିଆରେ ସାଧାରଣ ଜନତାଙ୍କୁ ଯୋଡିବାର ପଦକ୍ଷପ ନିଆ ଯାଉଛି ଯାହା ଦ୍ୱାରା ବହୁତ ଜୀବନ ରକ୍ଷା ପାଇପାରିବ।
ସ୍ଵାସ୍ଥ୍ୟ ଖବର ଆହୁରି ପଢନ୍ତୁ ।