ସାମଗ୍ରୀ-
ବାଇଗଣ- ୧ କିଗ୍ରା
ଚିନି- ୫୦ ଗ୍ରା
ନଡିଆ-୧ଟା (ବଟା ହୋଇଥିବା)
ଘିଅ-୨୦୦ ଗ୍ରା
ଗୋଲ ମରିଚ-୫ଗ୍ରା
ଅଳେଇଚ, ଲବଙ୍ଗ- ୫ଗ୍ରା
ମସଲା- ଜିରା-୧୦ଗ୍ରା
ଡାଲଚିନି-୫ଗ୍ରା
ଲୁଣ,ହଳଦୀ- ଆବଶ୍ୟକତା ଅନୁସାରେ
ଜିରା, ଫୁଟଣ(ଆବଶ୍ୟକତା ଅନୁସାରେ)
ପ୍ରସ୍ତୁତ ପ୍ରଣାଳୀ- ପ୍ରଥମେ ଅଳେଇଚ, ଲବଙ୍ଗ, ନଡିଆ, ଜିରା, ଗୋଲମରିଚ, ଡାଲଚିନି ଏ ସବୁ ଏକତ୍ର ବଟାହେବ। ବାଇଗଣକୁ ଉପର ଛକ ଚିହ୍ନ ୪ ଫାଟକରି ଅଳ୍ପ କାଟି ତେଲରେ ଭଲକରି ଛଣାହେବ। କୁଡୁଆରେ ବଟା ହୋଇଥିବା ସମସ୍ତ ନଡିଆ, ସବୁମସଲା, ଚିନି, ହଳଦୀ, ଲୁଣ ସ୍ୱାଦ ଅନୁସାରେ ଏବଂ ପାଣି ଅଧା ଦେଇ ଚୂଲିରେ ବସାଯାଇ ଫୁଟା ହୁଏ। ପାଣି ଭଲ କରି ଫୁଟିଗଲାପରେ ତା ମଧ୍ୟରେ ଛଣାଯାଇଥିବା ବାଇଗଣକୁ ପକାଯାଏ। ଏହା ପରେ ୨ ମିନିଟ୍ରୁ ୫ ମିନିଟ୍ ଭିତରେ ଫୁଟିଗଲାପରେ ତଳକୁ ଓହ୍ଲାଇ ଆଣି ଫୁଟଣ କରି ତା ଉପରେ ଦିଆଯାଏ। ଏବେ ପ୍ରସ୍ତୁତ ହୋଇଗଲା ଜଗା ପାଖେ ଲାଗିହେଉଥିବା ‘ଗୋଟି ବାଇଗଣ’।