ଦେହ, ଗୋଡ଼, ହାତ ଓ ପେଟ ଫୁଲି ଯାଉଛି, ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ହୋଇ ପାରୁନି। ଯଦି ରାସନ କାର୍ଡ ଥାନ୍ତା ତେବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇ ପୁଅ ର ଚିକିତ୍ସା କରାଇ ପାରିଥାନ୍ତ। ହେଲେ ସରକାରୀ ଅଧିକାରୀ ଙ୍କ ତ୍ରୁଟି ଯୋଗୁଁ ରାସନ କାର୍ଡ ଓ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରୁ ବାଦ୍ ପଡ଼ିଥିବା ଅଭିଯୋଗ କରିଛନ୍ତି ସନ୍ତୋଷ।
ସେହିପରି ତାଙ୍କ ପତ୍ନୀ ମଧ୍ୟ ପୁଅର ଉପଯୁକ୍ତ ଚିକିତ୍ସା ପାଇଁ ସ୍ଥାନୀୟ ପ୍ରଶାସନ ସହିତ ରାଜ୍ୟ ସରକାର ଙ୍କୁ ନିବେଦନ କରିଛନ୍ତି । ଗ୍ରାମବାସୀ ଓ ପ୍ରଧାନ ଶିକ୍ଷକ ମଧ୍ୟ ଏହି ଛୋଟ ପିଲାଟିର ସଠିକ ଚିକିତ୍ସା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲା ବେଳେ ବିଭିନ୍ନ ସ୍ବେଛାସେବୀ ସଂଗଠନ ମାନଙ୍କୁ ମଧ୍ୟ ସାହାଯ୍ୟର ହାତ ବଢ଼ାଇବା ପାଇଁ ନିବେଦନ କରିଛନ୍ତି। ସେପଟେ ସ୍ଥାନୀୟ ବିଡିଓ ଏପରି ସମସ୍ୟା ସମ୍ପର୍କରେ ଅବଗତ ନାହାଁନ୍ତି। ତଥାପି କାହିଁକି ରାସନ କାର୍ଡ, ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ପାଇ ନାହାଁନ୍ତି ତାର ତଦନ୍ତ କରି ଜରୁରୀ ଚିକିତ୍ସା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେ଼ଇ ସମସ୍ୟା ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।