ସ୍ଵଳ୍ପ ବୃଷ୍ଟିପାତ, ବନ୍ୟା, ରୋଗପୋକ ଉପଦ୍ରବ ସହ ଧାନର ଅଭାବୀ ବିକ୍ରି, ବିହନ ସାର ମଜୁରିର ଦର ବୃଦ୍ଧି, ନକଲି ବିହନ ଓ ଇନ୍ଦ୍ରାବତୀ ଜଳସେଚନରେ କେନାଲର ଅବ୍ୟବସ୍ଥାକୁ ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ କ୍ଷତି ସହୁଛନ୍ତି କଲମପୁର ଅଞ୍ଚଳର ଚାଷୀ । ଏହିଭଳି ପରିଶ୍ରମ କରି ଧାନ ଚାଷ କରି ଲାଭ ପାଇବା ଆଶା କରିଥିବା ଚାଷୀ ଧାନ ବିକ୍ରୟ ସମୟରେ ଶୋଷଣର ଶିକାର ହେଉଥିବା ନେଇ ଚର୍ଚ୍ଚା ହେବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ୧୨ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି । ଧାନ କ୍ରୟ ସମୟରେ ଏଫଏକ୍ୟୁ ନାରେ କୁଇଣ୍ଟାଲ ପ୍ରତି ୫ ରୁ ୮ କେଜି କଟନି ବନ୍ଦ କରିବା, ଟୋକନ ପ୍ରଦାନ ଧାନ କ୍ରୟ ଟାର୍ଗେଟ ଆକାଉଣ୍ଟ କରେକ୍ସନ୍ ଇରିସ ସ୍କାନକୁ ରାଜ୍ୟ ପରିବର୍ତ୍ତେ ଜିଲ୍ଲା ସ୍ତରରେ କରିବା, ଧାନ କ୍ରୟ ୧୯ କ୍ଵିଣ୍ଟାଲରୁ ୨୨ କ୍ଵିଣ୍ଟାଲକୁ ବୃଦ୍ଧି କରିବା, ପୁରୁଣା ମିଲର ଏଜେଣ୍ଟ ମାନଙ୍କୁ ବାଦ୍ ଦେଇ ନୂତନ ଏଜେଣ୍ଟ ନିଯୁକ୍ତି କରିବା, ପ୍ରତ୍ୟେକ ମଣ୍ଡିରେ weighbridge ସ୍ଥାପନ କରିବା, ଇନ୍ଦ୍ରାବତୀ ଦକ୍ଷିଣ କେନାଲର ମରାମତି ଆଗ୍ରିମେଣ୍ଟ ଧାର୍ଯ୍ୟ ସମୟରେ ସମାପ୍ତ କରିବା ଭଳି ପ୍ରମୁଖ ଦାବି ରଖିଛନ୍ତି । ଏହି ବିରାଟ କୃଷକ ସମାବେଶରେ କଲମପୁର ବ୍ଲକର ହଜାର ହଜାର ଚାଷୀ ଯୋଗ ଦେଇଥିବା ବେଳେ ଦାବି ପୂରଣ ନହେଲେ ଆଗାମୀ ଦିନରେ ଚାଷୀ ରାଜରାସ୍ତାକୁ ଓହ୍ଲାଇ ଭୟାବହ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ।
ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ କଲମପୁର ଠାରେ ବିରାଟ କୃଷକ ସମାବେଶ

ଅର୍ଗସ ବ୍ୟୁରୋ: ଆଜି ଧର୍ମଗଡ ଉପଖଣ୍ଡର କଲମପୁର ମିନି ଷ୍ଟାଡିୟମ ଠାରେ ହଜାର ହଜାର ଚାଷୀ ଏକତ୍ରିତ ହୋଇ ଏକ ବିରାଟ ଚାଷୀ ସମାବେଶ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ର ଭାତ ହାଣ୍ଡି କୁହାଯାଉଥିବା ଧର୍ମଗଡ ଉପଖଣ୍ଡର କଲମପୁର ବ୍ଲକ୍ ଏକ କୃଷି ପ୍ରଧାନ ଅଞ୍ଚଳ। ଏହି ବ୍ଲକର ବହୁ ଚାଷୀ ଚାଷ କରି ନିଜର ପରିବାର ପ୍ରତିପୋଷଣ କରନ୍ତି।
Download Argus News App
