ସୁଶାନ୍ତକୁ ଗିରଫ କରିଛି ଯାଜପୁର ପୋଲିସ । ଗିରଫ ସୁଶାନ୍ତ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପାଖ ଲୋକ । ପ୍ରଣବଙ୍କ ସହ ସୁଶାନ୍ତଙ୍କର ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି । ପାହାଡ ବ୍ଲାଷ୍ଟିଂ ପାଇଁ ବ୍ୟବହୃତ ହେଉଥିଲା କି ଏହି ବିସ୍ଫୋରକ । ଯାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ମାମୁଁ ଭଣଜା ବନ୍ଧ ଉଡାଇବାରେ ଏହା ବ୍ୟବହୃତ ହୋଇନି ତ । ସେପଟେ କାହିଁକି ପୋଲିସ ନେଲା ନାହିଁ କାର୍ଯ୍ୟାନୁଷ୍ଠାନ ? ବନ୍ଧ ଉଡାଇଥିବା ଲୋକ ଗିରଫ ହୋଇଛନ୍ତି କି ? ନା ବିଧାୟକଙ୍କ ଚାପରେ ଚୁପ୍ ବସିଛି ପୋଲିସ? ଏନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।
ଧର୍ମଶାଳା ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ
ଯାଜପୁର: ଧର୍ମଶାଳା ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ । ୨୦ ବସ୍ତା ଆମୋନିଆ ନାଇଟ୍ରେଟ ଜବତ କଲା ଜେନାପୁର ପୋଲିସ । ଜବତ ବିସ୍ଫୋରକର ମୂଲ୍ୟ ପାଖାପାଖି ୫୦ ଲକ୍ଷ ଟଙ୍କାରୁ ଅଧିକ । ଏହାସହ ୧୨ କ୍ବିଣ୍ଟାଲରୁ ଅଧିକ ପାୱାର ଜେଲ ବି ଜବତ କରାଯାଇଛି । ମୁକୁନ୍ଦପୁରରୁ ସୁଶାନ୍ତ ବେହେରା ଏହି ବିସ୍ଫୋରକ ବିକୁଥିବା ଜଣାପଡ଼ିଛି ।
Download Argus News App
