କୌଣସି ସୂତ୍ରରୁ ଖବର ପାଇ ଆଜି ସକାଳେ ଆନନ୍ଦପୁର ଅବକାରୀ ବିଭାଗ ଢେଙ୍କା ହାଟସାହିରେ ଚଢ଼ାଉ କରିଥିଲା । ସେଠାରେ ମଦରନ୍ଧା ଚାଲିଥିବା ସହ ପ୍ରଚୁର ମାତ୍ରାରେ ମହୁଲ ପୋଚ ରଖାଯାଇଥିବା ଦେଖି ସେସବୁକୁ ଜବତ କରିବା ସହ ଅବକାରୀ ବିଭାଗ ସୀତା ହେମ୍ବ୍ରମକୁ ଗିରଫ କରିଥିଲା ।
ବିପୁଳ ପରିମାଣର ମଦ ଜବତ
ଟ୍ରେନ ଧକ୍କାରେ ଚାଲିଗଲା ମାଆ ହାତୀ ସହ ୨ ଛୁଆ ହାତୀର ଜୀବନ

ଅର୍ଗସ ବ୍ୟୁରୋ: କେନ୍ଦୁଝର ବାଂଶପାଣି-ଜୁରୁଡ଼ି ରାସ୍ତାର ବେହେରା ହଟିଂ ଠାରେ ଟ୍ରେନ ଧକ୍କାରେ ଗୁରୁତର ଥିବା ୩ ହାତୀଙ୍କ ମୃତ୍ୟୁ ହୋଇଛି । ଗତକାଲି ଟ୍ରେନ ଧକ୍କାରେ ମାଆ ହାତୀ ସହ ୨ ଛୁଆ ହାତୀ ଗୁରୁତର ଥିଲେ । ସନ୍ଧ୍ୟା ସାଢ଼େ 6ଟା ରୁ ୭ଟା ମଧ୍ୟରେ ୧୯ ଟିକିଆ ହାତୀ ପଲ ରେଳ ଲାଇନ ପାର ହେଉଥିବା ବେଳେ ଧକ୍କା ଦେଇଥିଲା ମାଲବାହି ଟ୍ରେନ ।
ବାଂଶପାଣୀ -ଜୁରୁଡ଼ି ରେଳ ପଥ
Download Argus News App
