ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଗଞ୍ଜାମ କାଳିଆବାଲି ଛକ ନିକଟରୁ ଗୋ ମାଂସ ବୋଝେଇ ଟ୍ରକ ଜବତ । ବିପୁଳ ପରିମାଣର ଗୋ ମାଂସ ଜବତ । ଗାଡି ଛାଡି ଡ୍ରାଇଭର ଫେରାର । ଭଦ୍ରକ ରୁ ହାଇଦ୍ରାବାଦ ଅଭିମୁଖେ ଚାଲାଣ ହେଉଥିବା ନେଇ ସୂଚନା। ବାଲୁଗାଁରୁ ଗାଡିର ପିଛା କରି ଆସି କାଳିଆବାଲି ଛକ ନିକଟରେ ଧରିଲେ କିଛି ଯୁବକ। ଗାଡିରୁ ପାଖାପାଖି ୧୦ ହଜାର କୁଇଣ୍ଟାଲ ଗୋ ମାଂସ ଥିବା ଅନୁମାନ କରାଯାଉଛି। ଏହାସହ ଅଧିକ ତଦନ୍ତ କରୁଛି ପୋଲିସ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ଫିଲ୍ମ ଷ୍ଟାଇଲରେ ଅପହରଣ ଉଦ୍ୟମ ଫେଲ୍ । କମିଶନରେଟ ପୋଲିସର ବଡ଼ଗଡ଼ ଥାନାକୁ ବଡ଼ ସଫଳତା । ଦୁର୍ଘଟଣାକୁ କେନ୍ଦ୍ର କରି ଜଣେ ଡ୍ରାଇଭରଙ୍କୁ ଅପହରଣ କରୁଥିବା ଅଭିଯୁକ୍ତଙ୍କୁ କାବୁ କରିଛି ବଡ଼ଗଡ଼ ଥାନା ପୋଲିସ । ରବି ଟକିଜ ଛକ ନିକଟରେ ଏକ ପିକ ଅପ ଭ୍ୟାନ ସହ ଗୋଟିଏ ଡିଜେ ଗାଡିର ସାମାନ୍ୟ ଧକ୍କା ହୋଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଯାହାକୁ କେନ୍ଦ୍ର କରି ଡିଜେ ଗାଡି ପିକଅପ ଭ୍ୟାନ ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲେ । ଏପରିକି ଜୋର ଜବରଦସ୍ତ ଡ୍ରାଇଭର ଜଣଙ୍କୁ ଲକ୍ଷାଧିକ ଟଙ୍କା ଦାବି କରି ଉଠାଇନେଇଥିଲେ । ଅପହରଣକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ଅର୍ଗସ ବ୍ୟୁରୋ : ତେଲେଙ୍ଗାନା ଡିଣ୍ଡିଗୁଲ ବାୟୁସେନା ଏକାଡେମୀରେ ଟ୍ରେନିଂବେଳେ ଅଘଟଣ । ପାଇଲଟସ୍ ଟ୍ରେନର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ଦୁଇ ଭାରତୀୟ ବାୟୁସେନା ପାଇଲଟଙ୍କ ମୃତ୍ୟୁ ହୋଇଛି । ମୃତ ପାଇଲଟଙ୍କ ମଧ୍ୟରେ ଜଣେ ପ୍ରଶିକ୍ଷକ ଏବଂ ଜଣେ କ୍ୟାଡେଟ୍ ଥିବା ସୂଚନା ଦେଇଛନ୍ତି ଭାରତୀୟ ବାୟୁସେନା ଅଧିକାରୀ ।
ଭାରତୀୟ ବାୟୁସେନା ଅଧିକାରୀ କହିଛନ୍ତି କି, ସକାଳ ୮.୫୫ ମିନିଟରେ ତେଲେଙ୍ଗାନାର ଡିଣ୍ଡିଗୁଲରେ ଏୟାରଫୋର୍ସ ଏକାଡେମୀର ପିଲାଟସ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଃଖ ପ୍ରକାଶ କରିଛନ୍ତି । ଖବର ମୁତାବକ, ତେଲେଙ୍ଗାନାର ଡିଣ୍ଡିଗୁଲ ସ୍ଥିତ ବାୟୁସେନା ଏକାଡେମୀରେ ଟ୍ରେନିଂ ବେଳେ ବିମାନ ପିସି-୭ ଏମକେ-୨ କ୍ରାସ୍ ହୋଇଛି । ଏଥିରେ ଦୁଇ ଜଣ ପାଇଲଟ ଥିଲେ । ଜଣେ ପ୍ରଶିକ୍ଷକ ଓ ଆଉ ଜଣେ କ୍ୟାଡେଟ୍ ସାମିଲ ଥିଲେ ।
ଅଧିକ ପଢନ୍ତୁ ଭାରତ ଖବର
ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେ ନେଇ କୌଣସି ସୂଚନା ମିଳିନାହିଁ । ତଦନ୍ତ ଜାରି ରହିଥିବା ଭାରତୀୟ ବାୟୁସେନା ଅଧିକାରୀ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ରାଜନାଥ ସିଂ ଲେଖିଛନ୍ତି, ‘ହାଇଦ୍ରାବାଦ ପାଖରେ ହୋଇଥିବା ବିମାନ ଦୁର୍ଘଟଣା ବିଷୟରେ ଜାଣି ଅତନ୍ତ ଦୁଃଖିତ । ଏଥିରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ତାଙ୍କ ପରିବାର ପ୍ରତି ମୋର ସମବେଦନା ।
ଅର୍ଗସ ବ୍ୟୁରୋ : ପୁଣି ପଦାରେ ପଡ଼ିଲା କଟକ ଏସସିବି ମେଡିକାଲର ଅବ୍ୟବସ୍ଥା । ଏସସିବି ବଡ଼ ମେଡିକାଲରେ ଶବ ବ୍ୟବଚ୍ଛେଦ ବନ୍ଦ । ଶବ ବ୍ୟବଚ୍ଛେଦ ଗୃହ ବାହାରେ ଓ ଭିତରେ ଲହଡି ଭାଙ୍ଗୁଛି ନର୍ଦ୍ଦମା ପାଣି । ଫଳରେ ସକାଳ ୯ ଠାରୁ ଆରମ୍ଭ ହେବାକୁ ଥିବା ଶବ ବ୍ୟବଚ୍ଛେଦ ବନ୍ଦ ହୋଇ ରହିଛି। ବାହାରେ ମୃତ ଶରୀରର ଗୁଡ଼ିକ ଶବବୁହା ଟ୍ରଲି ଉପରେ ପଡି ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏସସିବିରେ ପ୍ରତିଦିନ ୪୦ ୫୦ ଶବବ୍ୟବଚ୍ଛେଦ କରାଯାଇଥାଏ । ଏସସିବିରେ ଏହି ଅବ୍ୟବସ୍ଥା ଆଜିର ନୁହେଁ, ବାରମ୍ବାର ବାରମ୍ବାର ନର୍ଦ୍ଦମା ପୋଷ୍ଟମର୍ଟମ ଗୃହ ପଶିଥାଏ ବୋଲି ଅଭିଯୋଗ ହୋଇଛି । ଗତକାଲିଠୁ ପୋଷ୍ଟମର୍ଟମ ଗୃହରେ ଏପରି ବ୍ୟବସ୍ଥା ଦେଖାଯାଇଥିବା ସୂଚନା ରହିଛି ।