ସେହିପରି ଅବକାରୀ ପୋଲିସ ବିଭିନ୍ନ ସ୍ଥାନରୁ ଚଢ଼ାଉ କରି ଚୋରା ମଦ ଜବତ କରିଛି। ଏହି ଚୋରା ମଦର ଆନୁମାନିକ ମୂଲ୍ୟ ଏକ ଲକ୍ଷ୍ୟ ଟଙ୍କା ହେବ ବୋଲି କହିଛି ଅବକାରୀ ପୋଲିସ। ଏହି ଚୋରା ମଦ ବିକ୍ରି ଘଟଣାରେ 4 ଜଣ ଙ୍କୁ ଗିରଫ କରାଯାଇଛି। ଶେଷରେ ଏହି ଚୋରା ମଦ କରବାର ଖସି ପଳାଇ ଯାଇଥିବା ସହଦେଵ ପୃଷ୍ଟି କୁ ଗିରଫ କରିଛି ଅବକାରୀ ପୋଲିସ। ମୋଟ 5 ଜଣ କୁ ଗିରଫ କରିଛି ଅବକାରୀ ପୋଲିସ।

ଅର୍ଗସ ବ୍ୟୁରୋ : ଭଦ୍ରକ ରେ ବିପୁଳ ପରିମାଣର ନକଲି ମଦ ଜବତ। ଅନ୍ୟ ଅଞ୍ଚଳରୁ ପ୍ଲାଷ୍ଟିକ ବୋତଲରେ ଆଣି କାଚ ବୋତଲରେ ପ୍ୟାକିଙ୍ଗ କରି ବିକ୍ରି କରାଯାଉଥିଲା ଏହି ନକଲି ମଦ। ଏମିତି ଏକ ନକଲି ମଦ ଚୋରା ଚାଲାଣ ବେଳେ ଚଢ଼ାଉ କରିଛି ଭଦ୍ରକ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାର୍ଡ। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ଠାରେ ଏହି ନକଲି ମଦ ବିକ୍ରୀ କରାଯାଉଥିଲା।
ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାର୍ଡ ପେଟ୍ରୋଲିଂ ସମୟରେ ନକଲି ମଦ ଚାଲାଣ ନେଇ ସୂଚନା ପାଇଥିଲା। ଏହି ସମୟରେ ସହଦେଵ ପୃଷ୍ଟି ନାମକ ବ୍ୟକ୍ତି ପ୍ଲାଷ୍ଟିକ ବୋତଲରେ ନକଲି ମଦ ନେଇ ଯାଉଥିବା ବେଳେ ଅବକାରୀ ବିଭାଗ ପୋଲିସ କୁ ଦେଖି ଖସି ପଳାଇଥିଲା। ଶେଷରେ ଅବକାରୀ ହାତରେ ଖସି ପଳାଇଥିବା ଚୋରା ମଦ ବ୍ୟବସାୟୀ ଗିରଫ କରିବାରେ ସଫଳ ହୋଇଛି ଅବକାରୀ ପୋଲିସ। ପରେ ସଂପୃକ୍ତ ବ୍ୟକ୍ତିଙ୍କ ଠିକଣାରୁ ନକଲି ମଦ ସହ ମଦ ବୋତଲ ଓ ଅନ୍ୟ କେତେକ ସାମଗ୍ରୀ ଜବତ ହୋଇଛି। ଏହି ମଦ ସେ ଙ୍କ ଜଣେ ମଦ ବ୍ୟବସାୟୀ ଙ୍କ ପାଖରୁ ସରକାରୀ ମୂଲ୍ୟ ଦେଇ କିଣି ବିକ୍ରୟ କରୁଛି ବୋଲି କହିବା ସହ ଏହି ମଦ ଗୁଡିକ ନକଲି ବୋଲି ଆଜି ଚଢ଼ାଉ ସମୟରେ ଜାଣିବାକୁ ପାଇଥିଲା। ସେ ଅନୁତାପ କରୁଛି ମୁଁ ଏହି ନକଲି ମଦ କରବାର କରି ଭୁଲ କରିଛି ବୋଲି।
