କେଉଁ ଆଡକୁ ଯିବ ଶ୍ରୀୟା-ହ୍ୟୁମାନ କଳି? କଣ ପତିପତ୍ନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଏହି କଳହ ଶାନ୍ତ ହେବ ନା ଆହୁରି ଉଗ୍ର ରୂପ ଧାରଣ କରିବ? ଏହି ସିଙ୍ଗର ଦମ୍ପତିଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା କଳହ ପରେ ଏବେ ଏହି ଭଳି କିଛି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ତେବେ ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର ଆସନ୍ତାକାଲି ହିଁ ମିଳିଯିବ ବୋଲି କୁହାଯାଉଛି । କାରଣ ଗତ 19 ତାରିଖ ଦିନ ହୋଇଥିବା କାଉଁସିଲିଂ ପରେ କଟକ ମହିଳା ଥାନା ପୋଲିସ ହ୍ୟୁମାନ ଓ ଶ୍ରୀୟାଙ୍କୁ ଆଉ ଥରେ ଚିନ୍ତା କରିବା ପାଇଁ ଦୁଇ ଦିନର ମହଲତ ଦେଇଥିଲା ।
କିନ୍ତୁ ପୋଲିସ ଠାରୁ 30 ତାରିଖ ପର୍ଯ୍ୟନ୍ତ ସମୟ ନେଇଥିଲେ । ତେବେ ଆସନ୍ତକାଲି ସକାଳେ ଉଭୟ ହ୍ୟୁମାନ ଓ ଶ୍ରୀୟା ଥାନାକୁ ଆସିବା ପରେ ସେମାନଙ୍କ ମତାମତ ଲୋଡାଯିବ । ସେପଟେ ଶ୍ରୀୟା ହ୍ୟୁମାନଙ୍କ ବିରୁଦ୍ଧରେ ଘରୋଇ ହିଂସା, ନିର୍ଯ୍ୟାତନା, ପରକିୟା ପ୍ରତି, ଧାର୍ମିକ ଭାବନାକୁ ଆଘାତ ଦେବା ଓ ଯୌତୁକ ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ କରିଥିବାରୁ ଶ୍ରୀୟା ଆପସ ବୁଝାମଣା ପାଇଁ ଆଉ ରାଜି ନ ହେଲେ ହ୍ୟୁମାନଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ ହୋଇପାରେ । ଏପରି ହେଲେ ଶ୍ରୀୟା ହ୍ୟୁମାନଙ୍କ ପାରିବାରିକ କଳି ଅଦାଲତକୁ ଯିବ ଏବଂ ଏହି କଳି ମାମଲାର ରୂପ ନେଇ ଏକ ଲମ୍ବା ଆଇନଗତ ବ୍ୟବସ୍ଥା ମଧ୍ୟ ଦେଇଗତି କରିବ ବୋଲି କହିଛନ୍ତି ଆଇନଜୀବି।
ମନୋରଂଞ୍ଜନ ଖବର ଆହୁରି ପଢନ୍ତୁ