ବୁଝାମଣା ପାଇଁ ଥାନାରେ ପହଞ୍ଚିଲେ ଶ୍ରୀୟା ୟୁମାନ

କଟକ: ବୁଝାମଣା ପାଇଁ କଟକ ଜିଲ୍ଲା ମହିଳା ଥାନାରେ ପହଞ୍ଚିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ର । ଶ୍ରୀୟାଙ୍କ ଅନୁରୋଧ କ୍ରମେ ଆସନ୍ତାକାଲି ପତିପତ୍ନୀଙ୍କୁ କାଉନସିଲିଂ ପାଇଁ ଦିନ ଧାର୍ଯ୍ୟ କରିଛି ପୋଲିସ । ତେବେ ଉଭୟ ପକ୍ଷଙ୍କ ମଧ୍ୟରେ ଥିବା ତିକ୍ତତା କମି ନଥିବାବେଳେ ଉଭୟ ନିଜ ନିଜ ଯିଦିରେ ଅଟଳ ଥିବା ଜଣାପଡ଼ିଛି । ସେପଟେ ଯଦି ଶ୍ରୀୟା ଆପସ ବୁଝାମଣାରେ ହ୍ୟୁମାନଙ୍କ ପାଖକୁ ଫେରି ଆସୁଛନ୍ତି ତ ଠିକ, ଅନ୍ୟଥା ଆଇନ ଶ୍ରୀୟାଙ୍କ ପକ୍ଷରେ ରହିଛି ବୋଲି ମତ ଦେଇଛନ୍ତି ଆଇନଜୀବି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
Download Argus News App
