୧୬ ନମ୍ବର ଜାତୀୟ ରାଜପଥ ବ୍ରଜନଗର ଗଳାପୋଲଟି ଦୀର୍ଘ ଦିନ ହେବ ବନ୍ଦ ଥିବାରୁ ବ୍ରଜନଗର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରତିଦିନ ଜାତୀୟ ରାଜପଥ ପାରି ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟାଳୟକୁ ଯାଉଛନ୍ତି। ଯାହାଫଳରେ ଦୁର୍ଘଟଣା ଘଟିବାର ମଧ୍ୟ ସମ୍ଭାବନା ରହିଛି । ଯାହାକୁ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ କରାଯାଇଥିଲା l ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତା ସମସ୍ତଙ୍କୁ ଜଣାଇ ଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି।
ଗଳାପୋଲ ଖୋଲିବାକୁ ଶତାଧିକ ଛାତ୍ରଛାତ୍ରୀଙ୍କ ଧାରଣା

ଅର୍ଗସ ବ୍ୟୁରୋ: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ବ୍ରଜନଗର ଠାରେ ଥିବା ଗଳାପୋଲ ନିକଟରେ ଆଜି ଗ୍ରାମବାସୀଙ୍କ ସହ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି। ଉକ୍ତ ଗଳାପୋଲଟି ବନ୍ଦ ଥିବାରୁ ପିଲାମାନେ ବହୁତ ହଇରାଣ ହେଉଛନ୍ତି। ସ୍କୁଲ ଯିବାକୁ ମ ଧ୍ୟ ଡରୁଛନ୍ତି।ଏଥିପାଇଁ ବନ୍ଦ ଥିବା ଗଳାପୋଲରେ ଯାତାୟାତ ସ୍ବାଭାବିକ କରିବା ପାଇଁ ପ୍ରତିବାଦ କରିଛନ୍ତି ସ୍ଥାନୀୟ ବାସିନ୍ଦା।
Download Argus News App
