ଦର୍ଶକବନ୍ଧୁ ଯଦି ଆପଣ କେବେ ଯାଜପୁର ଚଣ୍ଡିଖୋଲ ସ୍ଥିତ ମହାବିନାୟକ ଓ ଚଣ୍ଡୀମନ୍ଦିର ଆସୁଛନ୍ତି ତେବେ ଆପଣଙ୍କୁ ମାଙ୍କଡମାନଙ୍କର ଏହି ମେଳି ଦେଖିବାକୁ ମିଳିବ । ପର୍ଯ୍ୟଟକମାନଙ୍କୁ ମହାବିନାୟକ ମନ୍ଦିରର ପର୍ବତ ମାଳା ସହିତ ମାଙ୍କଡ଼ ମାନଙ୍କ କେଁ କଟର ଶଦ୍ଦ... ନିଜ ନିଜ ଭିତରେ କଳି ଝଗଡ଼ା ବେଶ ମନଲୋଭିଥାଏ ।
ବାରୁଣାବନ୍ତ ପର୍ବତ ଶିଖରରେ ହଜାର ହଜାର ସଂଖ୍ୟାରେ ମାଙ୍କଡ ଦୀର୍ଘ ବର୍ଷ ଧରି ବସବାସ କରିଆସୁଛନ୍ତି । ମହାବିନାୟକ ମନ୍ଦିରକୁ ବୁଲି ଆସୁଥିବା ପର୍ଯ୍ୟଟକମାନେ ମାଙ୍କଡ଼ମାନଙ୍କୁ ଦେଖି ବେଶ ଖୁସି ମଧ୍ୟ ହୋଇଥାନ୍ତି । ମାଙ୍କଡ଼ମାନଙ୍କ ପ୍ରତି ବେଶ୍ ଯତ୍ନବାନ୍ ଥାନ୍ତି ସ୍ଥାନୀୟ ଡାଲିଯୋଡ଼ା ବନ ବିଭାଗ ଓ ସ୍ଥାନୀୟ ମନ୍ଦିର ଟ୍ରଷ୍ଟ । ସ୍ଥାନୀୟ ସ୍ୱେଛାସେବୀ ସଂଗଠନ ହେଉ ବା ଜିଲ୍ଲା ବାହାରୁ ବୁଲି ଆସୁଥିବା ପର୍ଯ୍ୟଟକ ହୁଅନ୍ତୁ ମାଙ୍କଡ଼ ମାନଙ୍କୁ ବେଶ ଆଦର କରିବା ସହ ଭୋଜନ ପାଇଁ ଦେଇଥାନ୍ତି ବିଭିନ୍ନ ପ୍ରକାରର ଫଳ ମୂଳ ସହ ଶୁଖିଲା ଖାଦ୍ୟ।
ବଣ ଭୋଜି ପାଇଁ ବେଶ୍ ସୁହାଇ ଥାଏ ମହାବିନାୟକ ପର୍ବତ ମାଳା । ବଣ ଭୋଜି, ବିବାହ, ବ୍ରତ, ଜନ୍ମଦିନ ପାଳନ ଭୋଜି ଲୋକମାନେ କରୁଥିବା ବେଳେ ମାଙ୍କଡ଼ ମାନଙ୍କର ବି ଆବଶ୍ୟକୀୟ ଖାଦ୍ୟ ଯୋଗାଡ଼ ହୋଇଯାଏ ।
କରୋନା ସମୟରେ ସମସ୍ତ ଦେବାଳୟ ମନ୍ଦିର ସରକାରୀ କଟକଣା ହିସାବରେ ବନ୍ଦ ଥିବା ସମୟର ମାଙ୍କଡ଼ମାନଙ୍କର ଖାଦ୍ୟ ଅଭାବ ପଡ଼ିଥିଲା। ସେତେବେଳେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ଅନେକ ବ୍ୟକ୍ତି ବିଶେଷ ମାଙ୍କଡ଼ ମାନଙ୍କ ପାଇଁ ଦରଦୀ ବନ୍ଧୁ ସାଜିଥିଲେ । ପର୍ଯ୍ୟଟକଙ୍କ ସହ ସ୍ଥାନୀୟ ସେବାୟତ କୁହନ୍ତି ଏହି ମାଙ୍କଡ଼ମାନେ ଏତେଟା ଦୃଷ୍ଟ ପ୍ରକୃତିର ନୁହନ୍ତି ବା କାହାକୁ କ୍ଷତି ମଧ୍ୟ କରନ୍ତିନାହିଁ, ବିଶେଷକରି ମାଙ୍କଡ଼ ମାନଙ୍କ ପ୍ରତି ବେଶ୍ ଭଲ ଆକୃଷ୍ଟ ଥାନ୍ତି କୁନି କୁନି ପିଲା,ମାଙ୍କଡ଼ ମାନଙ୍କୁ ଦେଖି ବେଶ ମଜ୍ଜା କରନ୍ତି ପିଲାମାନେ ।
ତେବେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଏହି ମାଙ୍କଡମାନେ ପର୍ଯ୍ୟଟକଙ୍କୁ ମୋନରଞ୍ଜନର ବେଶ ଖୋରାଗ ଯୋଗାଇଥାନ୍ତି । ସେମାନଙ୍କର ଯେପରି କୌଣସି କ୍ଷତି ନହୁଏ ସେଥିପାଇଁ ସରକାରୀ ସ୍ତରରେ ଦୃଷ୍ଟି ଦେବା ଆବଶ୍ୟକ ରହିଛି ।
ପର୍ଯ୍ୟଟନ ଖବର ଆହୁରି ପଢ଼ନ୍ତୁ ।