ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ କିଛି ସରକାରୀ ଅଧିକାରୀ , ବ୍ଲକ ପ୍ରଶାସନ ଓ ସ୍ଥାନୀୟ ରାଜନେତାଙ୍କ ମିଲିଭଗତରେ ପାଇଖାନା ,ଏନ୍. ଆର.ଜି.ଏସ , କାଜୁ ଚାରା ରୋପଣ ଓ ଫୋନୀରେ କୋଟି କୋଟି ଟଙ୍କା ହରିଲୁଟ ହୋଇଛି । ଯାହାକୁ ନେଇ ହିତାଧିକାରୀ ମାନେ ବ୍ଲକ ଆଗରେ ଧାରଣାରେ ବସିଥିଲେ । ଘଟଣା ସ୍ଥଳରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ଟାଙ୍ଗୀ ପୋଲିସ ପକ୍ଷରୁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଅତିରିକ୍ତ ତହସିଲଦାର ଓ ବିଡ଼ିଓ ଲୋକ ମାନଙ୍କ ସହ ଆଲୋଚନା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।ଏ ସମ୍ପର୍କରେ ବିଡ଼ିଓ ଆଶୁତୋଷ ମିଶ୍ର କିଛି କହିନଥିଲେ।