କିନ୍ତୁ ବୁଧବାର ସକାଳୁ ଶହଶହ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ପୁରା ବସ୍ତିକୁ ଭାଙ୍ଗିଦେଇ ଚାଲିଗଲା। ବଡ଼କଥା ହେଉଛି ପୁରା ବସ୍ତିବାସିନ୍ଦା ଙ୍କୁ ଏଠି ଥଇଥାନ କରାଯାଇନାହିଁ। ନିୟମ ମୁତାବକ ପ୍ରଥମେ ଥଇଥାନ ପରେ ଉଛେଦ କରିବା କଥା।କିନ୍ତୁ ଏଠି ଥଇଥାନ ହୋଇନାହାନ୍ତି ବସ୍ତିବାସିନ୍ଦା।ବସ୍ତିବାସିନ୍ଦା ଙ୍କ କହିବା କଥା BMC ତରଫରୁ ଅନ୍ୟ ୱାର୍ଡରେ ଗୋଟାଏ ଆପାର୍ଟମେଣ୍ଟ ରେ ଥଇଥାନ ର ବ୍ୟବସ୍ଥା ହୋଇଥିବା। କିନ୍ତୁ ଯେଉଁଠି ରହିବା ଅନୁପଯୋଗୀ। ସେଠାରେ ଅସ୍ୱାସ୍ତ୍ୟକର ପରିବେଶ ସାଙ୍ଗକୁ ପିଲାଙ୍କ ସ୍କୁଲ,ପୁରା ବସ୍ତିବାସିନ୍ଦା ଙ୍କ କାମ ରେ ବାଧା ସୃଷ୍ଟି ହେବ। ତେଣୁ ଆମକୁ ଏହି ଅଞ୍ଚଳରେ ହିଁ ଘର ଯୋଗାଇଦିଆଯାଉ। କିନ୍ତୁ ଏ କଥା BMC ନ ଶୁଣି,ସମାଧାନ ନ କରି ସିଧାସଳଖ ଆସି ସମ୍ପୂର୍ଣ୍ଣ ବସ୍ତିକୁ ଭାଙ୍ଗିଦେଇଗଲା। ତେଣୁ ମରିବୁ ପଛେ ଏଠୁ ହଟିବୁ ନାହିଁ। ଦିନ ରାତି ଏଠି ହିଁ ଏମିତି ଅବସ୍ଥାରେ ପଡି ରହିବୁ।
ଖାଲି ଏତିକି ନୁହେଁ,ଭାଙ୍ଗିବା ପୂର୍ଵଦିନ ପୁରା ବସ୍ତିବାସିନ୍ଦା BMC କୁ ନ ଭାଙ୍ଗିବାକୁ ଅନୁରୋଧ କରିବାକୁ ଯାଇଥିଲେ। ସେଇ ଭିତରେ BMC ର ଗାଡି ଆସି ବସ୍ତି ଉଛେଦ ର ଡାକରା ଦେଇ ଚାଲିଯାଇଥାଏ। ତେଣୁ ବସ୍ତି ଉଚ୍ଛେଦ ବିଷୟରେ ବହୁ ବସ୍ତିବାସିନ୍ଦା ଜାଣିପାରିନାହାନ୍ତି।ଆଉ ସେଥିପାଇଁ ଘରର ସମସ୍ତ ଆସବାବପତ୍ର ତାଙ୍କର ମାଟିରେ ମିସିଯାଇଛି। ଅନ୍ୟପଟେ ଘଟଣାସ୍ଥଳରେ ସ୍ତାନୀୟ କର୍ପୋରେଟର ପହଞ୍ଚିଛନ୍ତି। ବାରମ୍ବାର କହିଲାପରେବି ଅଦିନରେ ବସ୍ତିକୁ ଭାଙ୍ଗିଦେଲା bmc।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।