ହେଲେ ସାପ୍ତାହିକ ହାଟ ମାଉସୀ ମା ମନ୍ଦିର ଛକ ନିକଟରେ ଜିଲ୍ଲାରୁ କୋଣ ଅନୁକୋଣ ରୁ ପରିବା କିଣିବା ପାଇଁ ଆସିଥାନ୍ତି। ପୌର ପରିଷଦ ପକ୍ଷରୁ ନିର୍ମାଣ କରାଯାଇଥିବା ପିଣ୍ଡି ଚନ୍ଦନ ପୋଖରି ନିକଟରେ ଥିବାରୁ ବ୍ୟବସାୟୀଙ୍କୁ ଦୂର ବାଟ ହେଉଛି। ମାଉସୀ ମା ମନ୍ଦିର ଛକ ନିକଟରେ ରାସ୍ତା କଡରେ ବିପଦକୁ ବନ୍ଧୁ କରି ବାଧ୍ୟ ହେଉଛନ୍ତି ପରିବା ବ୍ୟବସାୟୀ କରିବାକୁ । ଏପଟେ ପ୍ରଶାସନ ନୀରବ ଦ୍ରଷ୍ଟା। ଗୋଟିଏ ପଟେ ଟ୍ରାଫିକ ନିୟନ୍ତ୍ରଣ ଉପରେ ସମସ୍ୟା ଉପୁଜୁଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ରାସ୍ତା କଡରେ ଶହ ଶହ ବ୍ୟବସାୟୀ

କୋରାପୁଟ : କୋରାପୁଟ ସହରରେ ବିପଦରେ ପରିବା ବ୍ୟବସାୟୀ। ରାସ୍ତା କଡରେ ଶହ ଶହ ବ୍ୟବସାୟୀ ମାନେ ପନିପରିବା ବେପାର କରିବା ପାଇଁ କୋରାପୁଟ ବରିଗୁମ୍ମା, ନନ୍ଦପୁର କୋରାପୁଟ ବ୍ଲକ୍ ର ଉପାନ୍ତ ଅଞ୍ଚଳରୁ ଆସୁଛନ୍ତି। ପରିବା ଚାଷୀ ଭୋର 5ଟାରୁ ବାହାରି ପରିବା ନେଇକି ଆସିଥାନ୍ତି। କୋରାପୁଟ ଜିଲ୍ଲାର ଜୈବିକ ପଦ୍ଧତିର ଚାଷ ହେଉଥିବା ପରିବା ବାହାର ଜିଲ୍ଲାକୁ ରପ୍ତାନୀ ଆମଦାନୀ କରି ଜୀବନ ଜୀବକାକୁ ମେଣ୍ଟାଇ ଥାନ୍ତି ବେପାରୀ। କୋରାପୁଟ ପୌର ପରିଷଦ ପକ୍ଷରୁ ବେପାରୀଙ୍କ ପାଇଁ ପିଣ୍ଡି ନିର୍ମାଣ ହୋଇଛି।
Download Argus News App
