ରାଜ୍ୟରେ ପ୍ରଦୂଷଣ ଜିଲ୍ଲା ମାନଙ୍କ ମଧ୍ୟରେ ବାଲେଶ୍ୱରରେ ପ୍ରଦୂଷଣର ମାତ୍ରା ସର୍ବଦା ବିପଦ ସଙ୍କେତ ଉପରେ ରହି ଆସିଛି । ତାହା ଛଡା ଜିଲ୍ଲା ବେଆଇନ ଇଟା ଭାଟି , ରାଇସ ମିଲ୍, କଳ କାରଖାନା ଗୁଡିକରୁ ନିର୍ଗତ ହେଉଥିବା ଧୂଆଁ ବାୟୁ ପ୍ରଦୂଷଣର ମାତ୍ରାକୁ ଆହୁରି ବଢାଉଛି, କିନ୍ତୁ ଜିଲ୍ଲାପ୍ରଶାନ ବେଫିକର ହୋଇ ଶହ ଶହ ଗଛ କାଟିବାରେ ଲାଗିଛି, ଯାହାକୁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି।
କଟା ଯାଇଥିବା ଗଛ ଗୁଡିକ ମଧ୍ୟରେ ୨୨ ରୁ ଅଧିକ ମହୁଲ ଗଛ, ଶହେରୁ ଅଧିକ ଆମ୍ଭ ଗଛ, ଶହେ ବର୍ଷର ବର ଓ ଅଶ୍ୱତ୍ଥ ଗଛ, ଲିମ୍ବ , ଅର୍ଜୁନ ଭଳି ଶତାଧିକ ଗଛ ରହିଛି । ଆଉ ଗଛ କାଟିବାକୁ ନେଇ ପରିବେଶବିତ୍ ଓ ଗ୍ରାମବାସୀ ସହ୍ୟ କରିପାରୁ ନାହାଁନ୍ତି, ଅନ୍ୟପଟେ ଏ ଦିଗରେ ବନ ବିଭାଗର ଅଧିକାରୀ କୌଶସି ପ୍ରତିକ୍ରିୟା ରଖିବାକୁ ମନାକରିଥିବା ବେଳେ ରେଜଂର କହିଛନ୍ତି ପୁନଶ୍ଚ ସମାନ ସଂଖ୍ୟାକ ଗଛ ଲଗାଇ ପରିବେଶ ସନ୍ତୁଳନ ରକ୍ଷା କରାଯିବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: