ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଜରିପଡା ପଞ୍ଚାୟତ ଅଧୀନରେ ଥିବା ଚାରି ଖଣ୍ଡ ଗାଁର ପଞ୍ଚ ଶହ ଲୋକ। ବାରମ୍ବାର ପାଣି ସମସ୍ୟା ନେଇ ଜଣାଇଥିଲେ ସୁଦ୍ଧା କର୍ଣ୍ଣପାତ କରୁନାହିଁ ପ୍ରଶାସନ। ଫଳରେ ଆଜି ପାନୀୟ ଜଳ ବୁନ୍ଦାଏ ପାଇଁ ରାଜରାସ୍ତାକୁ ଓହ୍ଲେଇଲେ ଜରିପଡା, ପାଣିଦୁଆର, ଜଗନ୍ନାଥ ପୁର, ମାଟିଆପଡା ଗାଁର ଶହ ଶହ ମହିଳା। ଗାଁରେ ପାନୀୟ ଜଳର ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଗୁହାରୀ କଲେ ମାତ୍ର କେହିବି କର୍ଣ୍ଣପାତ କଲେନାହିଁ। ଏ ସମସ୍ତ ଗାଁ ଗୁଡିକ ଚିଲିକା କୂଳରେ ଥିବାରୁ ଏଠାରେ ଲୋକମାନେ ଯେଉଁ ପାଣି ବ୍ୟବହାର କରୁଛନ୍ତି ତାହା ଲୁଣି ବା ଲବଣାଯୁକ୍ତ ଜଳ। ମଧୁର ଜଳ ବୁନ୍ଦାଏ ପାଇବା ପାଇଁ ଏହି ସବୁ ଗ୍ରାମର ଲୋକମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟା ସମାଧାନ ନ-ହେବାରୁ ବାଧ୍ୟ ହୋଇ ଆଜି ପଞ୍ଚାୟତ ଆଗରେ ହୋ-ହାଲ୍ଲା କରିବା ସହ ରାସ୍ତା ଅବରୋଧ କରିଛନ୍ତି ଚାରି ଖଣ୍ଡ ଗାଁର ମହିଳା।
ପାଣି ପାଇଁ ପଞ୍ଚାୟତ ଆଗରେ ଶତାଧିକ ମହିଳାଙ୍କ ପ୍ରତିବାଦ...
Download Argus News App
