ଗିରଫ ଶିକାରୀ ନାମ ଗୋପାଳ ସାହୁ ବୋଲି ଜଣାପଡ଼ିଛି ।ସଟଡାଉନ, ଲକ ଡାଉନ ଯୋଗୁଁ ଲୋକେ ଘରେ ରହୁଛନ୍ତି।ଏହି ସମୟରେ ପୋଲିସ୍ ପ୍ରଶାସନର ଧ୍ୟ୍ୟାନ କୋରୋନା ଉପରେ ରହୁଥିବା ବେଳେ ଏହାର ସୁଯୋଗ ନେଇଛନ୍ତି ପକ୍ଷୀ ଶୀକାରୀ।ଚିଲିକାରେ ଅବାଧରେ କରୁଛନ୍ତି ପକ୍ଷୀ ଶୀକାର ଗତ କିଛି ଦିନ ହେଲା ପକ୍ଷୀ ଶୀକାରୀ ଗୋପାଳ ସାହୁ ଚିଲିକାରେ ଚଳାଇ ଆସିଥିଲା ବେଆଇନ ପକ୍ଷୀ ଶିକାର ଗିରଫ ଶୀକାରୀକୁ ଆଜି କୋର୍ଟ ଚାଲଣ କରାଯିବ ବୋଲି ସୂଚନାରୁ ଜଣାପଡିଛି।
ଚିଲିକାରେ ମାତିଲେ ପକ୍ଷୀ ଶିକାରୀ, ୭ଟି ମୃତ ପକ୍ଷୀ ସମେତ ଶିକାରୀ ଗିରଫ
ଖୋର୍ଦ୍ଧା: ସଟଡାଉନର ସୁଯୋଗ ନେଇ ଚିଲିକାରେ ମାତିଲେ ପକ୍ଷୀ ଶୀକାରୀ। ବିଷ ଦେଇ ଶୀକାର କଲେ ନୀରୀହ ବିଦେଶାଗତ ପକ୍ଷୀ। ମୃତ ବିଦେଶାଗତ ପକ୍ଷୀକୁ ବିକ୍ରି ପାଇଁ ନେବାବେଳେ ଭୂଷଣ୍ତପୁର ବିଧାରପୁର ନିକଟରେ ଶୀକାରୀକୁ ଧରିଲା ବଣ୍ୟପ୍ରାଣୀ ବିଭାଗ। ଶୀକାରୀଠାରୁ ଜବତ କଲା ୭ ଟି ମୃତ ବିଦେଶାଗତ ପକ୍ଷୀ।
Download Argus News App
