ବାଲେଶ୍ୱର: ଉପବାସ ରହି ସ୍ୱାମୀର ଦୀର୍ଘାୟୁ ଓ ମଙ୍ଗଳମନାସୀ ପାଇଁ ସ୍ତ୍ରୀ କରିଥାଏ ସାବିତ୍ରୀ ବ୍ରତ । ପୁରାଣର ବର୍ଣ୍ଣିତ ସତ୍ୟବାନ ମୃତ୍ୟୁବରଣ କରିବା ପରେ ସାବିତ୍ରୀ କଠୋର ତପସ୍ୟା କରି ସତ୍ୟବାନଙ୍କୁ ଯମଠାରୁ ଫେରାଇ ଆଣିଥିଲେ । କିନ୍ତୁ ସ୍ୱାମୀର ଦୀର୍ଘାୟୁ ପାଇଁ ବ୍ରତ କରିଥିବା ସ୍ତ୍ରୀକୁ ମୃତ୍ୟୁ ମୁଖକୁ ପଠାଇବା ପାଇଁ ପଛେଇ ନଥିଲା ମଦ୍ୟପ ସ୍ୱାମୀ ।
ସୂଚନାନୁସାରେ, ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ବାଗପୁଞ୍ଜି ଗ୍ରାମରେ । ସେହି ଗାଁର ଲକ୍ଷ୍ମୀଧରଙ୍କ ସ୍ତ୍ରୀ ଗତକାଲି ବ୍ରତ ସାରି ବିଳମ୍ବରେ ମନ୍ଦିରରୁ ଘରକୁ ଫେରିଥିଲେ । ଲକ୍ଷ୍ମୀଧର ସିଂ ମଦ୍ୟପାନ କରି ଘରକୁ ଫେରିବା ସମୟରେ ଘରେ ସ୍ତ୍ରୀକୁ ଦେଖିବାକୁ ନପାଇ ଉତକ୍ଷିପ୍ତ ହୋଇ ଉଠିଥିଲେ । ସ୍ତ୍ରୀ ଫେରିବା ପରେ ଦୁହିଁଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା । ଆଜି ସାବିତ୍ରୀ ବ୍ରତ ଭଳି ଦିନରେ ମଦ୍ୟପାନ କରି ଆସିଥିବାରୁ ତାଙ୍କୁ ବିରୋଧ କରିବାରୁ ଲକ୍ଷ୍ମୀଧର କାଠ ଫାଳିଆରେ ତାଙ୍କ ମୁଣ୍ଡକୁ ଜୋରରେ ମାଡ ମାରିଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାନାନ୍ତରିତ କରାଯାଇଛି । ସ୍ୱାମୀ ଲକ୍ଷ୍ମୀଧର ସିଂ ଜଳେଶ୍ୱର ଥାନାର ହୋମ ଗାର୍ଡ ଅଛନ୍ତି, ଜଳେଶ୍ୱର ପୋଲିସ ଲକ୍ଷ୍ମୀଧରଙ୍କୁ ଏ ଘଟଣା ସମ୍ପର୍କରେ ଅଟକ ରଖି ପଚାର ଉଚାର କରୁଛି ।
ଅର୍ଗସ ବ୍ୟୁରୋ : ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ଆଜି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଘେରୁଛି ବିଜେପି । ଯାଜପୁର ବିଜେପି ଜିଲ୍ଲାସଭାପତି ଗୌତମ ରାୟଙ୍କ ନେତୃତ୍ବରେ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ ଆଜି ଦଶରଥପୁର ବ୍ଲକ ଘେରୁଚ୍ଛି ବିଜେପି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗରିବ ଲୋକଙ୍କ ଆବାସ ଲୁଟ ଠାରୁ ଆରମ୍ଭ କରି ଡି ଏମ୍ ଫଣ୍ଡକୁ ଭାଗ ବାଣ୍ଟ କରି ଖାଇବା, ବାର୍ଦ୍ଧକ୍ୟ ଭତ୍ତା ଲୁଟ, ପିଇବା ପାଣିର ସମସ୍ୟା ସହ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଘଟଣାରେ ଆଜି ଦଶରଥପୁର ବ୍ଲକ ଘେରୁଛୁ ବିଜେପି । ପାଖାପାଖି ୫ ହଜାର ଲୋକ ହତାରେ ଫ୍ଲାଗ କାର୍ଡ ଧରି ରାଜ୍ୟ ସରକାରଙ୍କ ଅନ୍ୟାୟ ଅନୀତି ବିରୋଧରେ ନାରା ଦେଇ ପଦଯାତ୍ରା କରି ବ୍ଲକ ଘେରୁଛି ବିଜେପି ।
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ। ୧୫ ଜଣିଆ ଟିମ୍କୁ ନେଇ ଲେଜର ସ୍କାନିଂ। ଆର୍ଟିଷ୍ଟିକ, ସର୍ଭେଲାନ୍ସ, ଫଟୋଗ୍ରାଫି ଟିମ୍ ସାମିଲ। ASI କୋର୍ କମିଟି ସଦସ୍ୟ, ଶ୍ରୀମନ୍ଦିର ବୈଷୟିକ ଟିମ୍ ଉପସ୍ଥିତ । ରିପୋର୍ଟ ଆସିବା ପରେ ରତ୍ନଭଣ୍ଡାର ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ । ତେବେ ଏହାକୁ ସରକାର ସମୟ ଗଡାଇବାର ନୂଆ ଚାଲ୍ ବୋଲି ବୁଦ୍ଧିଜୀବୀଙ୍କ ଅଭିଯୋଗ ।
ରତ୍ନଭଣ୍ଡାର ଅସୁରକ୍ଷିତ । ୨୦୧୮ ମସିହାରୁ ଯାଞ୍ଚ ରିପୋର୍ଟରୁ ସ୍ପଷ୍ଟ । ଏକଥା ସରକାର ବି ଜାଣିଛନ୍ତି । ଏହାସତ୍ତ୍ବେ ଲେଜର ସ୍କାନିଂର ଆବଶ୍ୟକତା ପଡିଲା କାହିଁକି ? । ହାଇକୋର୍ଟଙ୍କ ଚାପ ଯୋଗୁଁ ଏହା ରାଜ୍ୟ ସରକାରଙ୍କ ନୂଆ ଫନ୍ଦି ନୁହେଁ ତ ? ଯଦି ରତ୍ନଭଣ୍ଡାର ମରାମତି ହୁଏ ତାହେଲେ ଗଣତିରେ ଅସୁବିଧା କେଉଁଠି ? ।
ଅଧିକ ପଢନ୍ତୁ ଓଡ଼ିଶା ଖବର