ଗତ ବର୍ଷ ଅଜୟ ମୁଦୁଲି ମମିତା ଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ କିଛି ଦିନ ଠିକ ଠାକ ଚାଲିଲା କିନ୍ତୁ ପରେ ପରସ୍ପର ମଧ୍ୟରେ ମନ ମାଳିନ୍ୟ ଦେଖାଗଲା। ଅଜୟ ମୁଦୁଲି ଓ ତାଙ୍କ ସ୍ତ୍ରୀ ମମିତା ଅପରାହ୍ନରେ ରେ ଖରା ଧାନ ଚାଷ କରିବା ଲାଗି ଗାଁ ନିକଟସ୍ଥ ବିଲ ରେ କାମ କରିବାକୁ ଯାଇଥିଲେ। ଦିନ ସାରା ବିଲରେ କାମ କରି ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ମଶାଣି ନିକଟରେ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା।
ବଚସା ଉଗ୍ରରୂପ ନେବାରୁ ସାଙ୍ଗରେ ନେଇଥିବା ଟାଙ୍ଗିଆ ରେ ସ୍ତ୍ରୀ କୁ ଆକ୍ରମଣ କରିଥିଲେ। ଟାଙ୍ଗିଆ ଚୋଟରେ ସ୍ତ୍ରୀ ସେହି ଠାରେ ହିଁ ଟଳି ପଡିଥିଲା। ଖବର ପାଇ ଦଶମନ୍ତପୁର ଥାନା ଅଧିକାରୀ ଚନ୍ଦ୍ରଭାନୁ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଅଭିଯୁକ୍ତ କୁ ଅଟକ ରଖି ଅଧିକ ପଚାର ଉଚରା କରୁଛି। ଅନ୍ୟ ପଟେ ଅଧିକ ତଦନ୍ତ କରିବା ପାଇଁ କୋରାପୁଟ ର ଏକ ସାଇଣ୍ଟିପିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି ।
ଅପରାଧ ଖବର ଆହୁରି ପଢନ୍ତୁ