ବିଜେପି ପ୍ରେସ୍ମିଟ୍!
ପରକ୍ରିୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହାଣିଲା ସ୍ୱାମୀ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ସ୍ୱାମୀ ସନ୍ତୋଷ ରଣାଙ୍କୁ ଗିରଫ କରିଛି।
ସୂଚନାନୁସାରେ, ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅଞ୍ଚଳର ସନ୍ତୋଷ ରଣା ନାମକ ଏକ ବଙ୍ଗୀୟ ବ୍ୟବସାୟୀ ନିଜ ସ୍ତ୍ରୀ କୁ କଟୁରିରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛି ।ଅଭିଯୁକ୍ତ ସ୍ୱାମୀ ପଶ୍ଚିମବଙ୍ଗର ରାମନଗର ଥାନା ଅଞ୍ଚଳର ବୋଲି ଜଣାପଡିଛି । ତେବେ ଅଭିଯୁକ୍ତ ସନ୍ତୋଷ କମର୍ଦ୍ଦାର ଏକ ଭଡ଼ା ଘରେ କଂସା ବାସନ ଦୋକାନ କରିଛି । ପରକ୍ରି୍ୟା ପ୍ରୀତିକୁ ସନ୍ଦେହ କରି ରାତି ଗୋଟାଏ ବେଳେ ନିଷ୍ଠୁର ସ୍ୱାମୀ ଗୋଡ଼ାଇ ଗୋଡ଼ାଇ ହାଣିବ ସମୟରେ ସ୍ତ୍ରୀ ଚିତ୍କାର କରିଥିଲା । ପାଟି ଶୁଣି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଂଚି ସ୍ତ୍ରୀକୁ ରକ୍ତାକ୍ତ ଅବସ୍ଥାରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ମାତ୍ର ଡାକ୍ତର ତାଙ୍କୁ ମୃତ୍ୟ ଘୋଷଣା କରିଥିଲେ । ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି ।
Download Argus News App
