ବିଭିନ୍ନ ସମୟରେ ଜ୍ବାଇଁ ଟଙ୍କା ମାଗୁଥିବାବେଳେ ଗତକାଲି ମଧ୍ୟ 30 ହଜାର ଟଙ୍କା ମାଗିଥିଲେ । ତେବେ ଟଙ୍କା ନଦେବାରୁ ମୋର ଝିଅକୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଘଟଣା ସ୍ଥଳରେ ସୁବଳୟା ପୋଲିସ ଓ ସାଇଣ୍ଟିଫିକ ଦଳ ପହଂଚି ଅଭିଯୋଗକୁ ଭୀତ୍ତି କରି ଅଧିକ ଅନୁସନ୍ଧାନ କରୁଛନ୍ତି ।
ଘଟଣାରେ ସୁନିତାଙ୍କ ସ୍ବାମୀ ଲଛମନ ସହ ତାଙ୍କ ପରିବାର ଲୋକ ସଂପୃକ୍ତ ଥିବା ସୁନିତାଙ୍କ ମାଆ ଅଭିଯୋଗ କରିଛନ୍ତି। ସେପଟେ ଲଛମନ ସିଂ ବୀରମହାରାଜପୁର ଥାନାରେ ଆତ୍ମସମର୍ପଣ କରିଥିବା ଜଣା ପଡିଛି ।