ମହାକୁଡ ସାହିର କହ୍ନେଇ ବେହେରା ଗତକାଲି ରାତିରେ କୌଣସି କାରଣରୁ ଉତ୍ୟକ୍ତ ହୋଇ ତାଙ୍କ ସ୍ତ୍ରୀ ରାଧାରାଣୀ ବେହେରା ଓ ୮ବର୍ଷର ପୁଅକୁ ତଣ୍ଟିଚିପି ମାରୁଥିବା ବେଳେ ଚିତ୍କାର ଶୁଣି କହ୍ନେଇର ମା’ ପଡିଶା ଲୋକଙ୍କୁ ଡାକ ପକାଇଥିଲେ। ମାତ୍ର ପଡୋଶୀ ଲୋକ ଆସିଲା ବେଳକୁ ସଇତାନ ସ୍ବାମୀ ସ୍ତ୍ରୀକୁ ମାରିଦେଇଥିଲା।
ସ୍ଥାନୀୟ ଲୋକ ଘରର କବାଟ ଭାଙ୍ଗି ୮ ବର୍ଷର ପୁଅକୁ ମୁର୍ମୁସ ଭାବେ ଉଦ୍ଧାର କରିବା ସହ ସଇତାନ ସ୍ବାମୀ କହ୍ନେଇକୁ ଏକ ଘରେ ଚାବି ପକାଇ ରଖିବା ସହ ପୋଲିସକୁ ଖବର ଦେଇଥିଲେ। ପିରାହାଟ ପୋଲିସ ଆଜି ମଧ୍ୟାହ୍ନରେ ଘଟଣାସ୍ଥଳରେ ପହଞ୍ଚି ସଇତାନ ସ୍ବାମୀକୁ ଗିରଫ କରିବା ସହ ସ୍ତ୍ରୀର ଶବକୁ ଜବତ କରି ଭଦ୍ରକ ପଠାଇଛି। ଏଥିନେଇ ଗାଁରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।