ଅର୍ଗସ ବ୍ୟୁରୋ: ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ବରିଷ୍ଠ ଆଇ.ଏ.ଏସ୍ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାରଙ୍କୁ ଆଜି ଦଣ୍ଡାଦେଶ ହୋଇଛି। ପୂର୍ବତନ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କ ସମେତ ୫ଜଣଙ୍କୁ ଦଣ୍ଡାଦେଶ ହୋଇଛି। ୩ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ ସହ ତାଙ୍କୁ ୫୦ ହଜାର ଟଙ୍କାର ଜରିମାନା କରାଯାଇଛି। ଜରିମାନା ଅନାଦାୟ କଲେ ଆଉ ଅଧିକ ୬ମାସ ଲେଖାଏ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ଭିଜିଲାନ୍ସର ସ୍ବତନ୍ତ୍ର ଜଜ।
ଓଆରଏଚଡିସିର ପରିଚାଳନା ନିର୍ଦ୍ଦେଶକ ଥିଲେ ବିନୋଦ କୁମାର। ତାଙ୍କ ସହ ସ୍ବସ୍ତିରଞ୍ଜନ ମହାପାତ୍ର, ଉମେଶ ଚନ୍ଦ୍ର ସ୍ବାଇଁ, ରଶ୍ମି ପଟ୍ଟନାୟକ ଏବଂ ରତନ କୁମାର ସାହୁଙ୍କୁ କୋର୍ଟ ଦଣ୍ଡିତ କରିଛନ୍ତି। ପୂର୍ବରୁ ୬ଥର ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି ଆଇଏଏସ ଅଧିକାରୀ ବିନୋଦ କୁମାର। ୨୦୦୦-୨୦୦୧ ଯାଏ ସେ ଓଆରଏଚଡିସିର ପରିଚାଳନା ନିର୍ଦ୍ଦେଶକ ରହିଥିଲେ
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ