QRT (ICAR-CTCRI) ର ଚେୟାରମ୍ୟାନ୍ ତଥା ବେଙ୍ଗାଲୁରୁର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଉଦ୍ୟାନ କୃଷି ଅନୁସନ୍ଧାନର ପୂର୍ବତନ ନିର୍ଦ୍ଦେଶକ ଡା ଏସଡି ଶିଖମଣି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କର୍ମଶାଳାରେ 120 ରୁ ଅଧିକ ଷ୍ଟେକ୍ ହୋଲଡର୍ ଏକତ୍ରିତ ହୋଇ ବିଭିନ୍ନ ପ୍ରକାରର ବାୟୋଫୋର୍ଟିଫାଏଡ୍ କନ୍ଦମୂଳର ମାନକୁ ନେଇ ଉପଯୁକ୍ତ କିସମ, ଆନୁଷ୍ଠାନିକ ବିହନ ପ୍ରଣାଳୀର ବିକାଶ, ଚାଷ ପାଇଁ ଉତ୍ତମ କୃଷି ଅଭ୍ୟାସ ବ୍ୟବହାର, ମୂଲ୍ୟଯୁକ୍ତ ଉତ୍ପାଦ ଏବଂ ବଜାର ସଂଯୋଗକୁ ନେଇ ଆଲୋଚନା କରିଛନ୍ତି ।
ଅନ୍ୟପଟେ ICAR-CTCRI ନିର୍ଦ୍ଦେଶକ ଡକ୍ଟର ଜି ବାଇଜୁ, କନ୍ଦମୂଳ ପାଇଁ ଏକ ସ୍ଥାୟୀ ମୂଲ୍ୟ ଶୃଙ୍ଖଳା ସୃଷ୍ଟି କରିବାକୁ ଟେକ୍ନୋଲୋଜି ସହାୟତା ବ୍ୟବସ୍ଥାକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ଏହି ଆଲୋଚନାରେ APICOL, ଏନଜିଓ, ଷ୍ଟାର୍ଟଅପ୍, SOA ବିଶ୍ୱବିଦ୍ୟାଳୟ, KIIT-TBI ଏବଂ କୃଷକମାନେ ଅଂଶଗ୍ରହଣ କରିଥିଲେ ।