ସାଉଥଟମ୍ପନରେ ଦିନ 3ଟାରେ ମହାଲଢେଇ । କ୍ରିକେଟ ବିଶ୍ୱକପ 2019ରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଥିବା ବେଳେ ଆଜି ଭାରତ- ଆଫଗାନିସ୍ତାନ ମୁକାବିଲା । ସାଉଥଟମ୍ପନରେ ଖେଳାଯିବ ଏହି ମ୍ୟାଚ ।
ବିଜୟର ଧାରାକୁ ବଜାୟ ରଖିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ । ତେବେ ପଏଣ୍ଟ ଟେବଲରେ ଚତୁର୍ଥ ସ୍ଥାନରେ ଥିବା ଭାରତକୁ ଭେଟିବ ଦଶମ ସ୍ଥାନରେ ଥିବା ଆଫଗାନିସ୍ତାନ । ଇଂଲଣ୍ଡ ମୈଦାନରେ ଭାରତ-ଆଫଗାନିସ୍ତାନର ପ୍ରଥମଥର ଟକ୍କର ଦେଖିବାକୁ ମିଳିବ ।
ଆଜିର ମ୍ୟାଚ୍ ଭାରତ ସପକ୍ଷରେ ଯାଇପାରେ ବୋଲି ଖେଳ ବିଶେଷଜ୍ଞମାନେ ମତ ଦେଇଛନ୍ତି । ପାକିସ୍ତାନକୁ ହରାଇବା ପରେ ଟିମ୍ ଇଣ୍ଡିଆ ପାଇଁ ଫ୍ୟାନମାନଙ୍କ ବିଶ୍ୱାସ ଦୁଇଗୁଣିତ ହୋଇଛି । ତେବେ ଆଜିର ମ୍ୟାଚ୍ରେ ମୋଟ ୨ ପଏଣ୍ଟ ପାଇବା ଲକ୍ଷ୍ୟରେ ଖେଳିବ ବିରାଟ ବାହିନୀ । ଅନ୍ୟପଟେ ପଡିଆ ଭିତରେ ଦୁର୍ବଳ ପ୍ରଦର୍ଶନ କରୁଥିବା ଆଫଗାନିସ୍ତାନ ଭାରତକୁ କଡା ଟକ୍କର ଦେବାକୁ ଉଦ୍ୟମ କରିବ ।
ଆଜିର ମ୍ୟାଚରେ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ମହମ୍ମଦ ସାମି ଖେଳିବେ । ସେହିପରି ଆହତ ହୋଇଥିବା ବିଜୟ ଶଙ୍କର ମ୍ୟାଚ ନ ଖେଳିଲେ ରିଷଭ ପନ୍ଥଙ୍କୁ ସୁଯୋଗ ମିଳିପାରେ । ବିଶ୍ୱକପର ଅନ୍ୟ ଏକ ମ୍ୟାଚରେ ଆଜି ୱେଷ୍ଟଇଣ୍ଡିଜ ଓ ଅନ୍ୟତମ ଅପରାଜୟ ଦଳ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ ।

