ନୂଆଦିଲ୍ଲୀ: ଆଜିର ଦିନରେ(20 ଜୁନ) 24 ବର୍ଷ ପୂର୍ବେ ଭାରତର ଦୁଇ ମହାନ ଖେଳାଳି ଟେଷ୍ଟ କ୍ରିକେଟରେ କ୍ୟାରିୟର ଆରମ୍ଭ କରିଥିଲେ । ସେମାନେ ଭାରତର ପୂର୍ବତନ ସଫଳ କ୍ୟାପଟେନ ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡ଼ ।
ଗାଙ୍ଗୁଲି ଓ ଦ୍ରାବିଡ 20 ଜୁନ 1996ରେ ଇଂଲଣ୍ଡ ବିପକ୍ଷରେ ଲର୍ଡସ୍ରେ ଟେଷ୍ଟ ଡେବ୍ୟୁ କରିଥିଲେ । ଆଇସିସି ମଧ୍ୟ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏକ ଭିଡିଓ ସେୟାର କରି ସେହି ଦିନର ଟେଷ୍ଟ ମ୍ୟାଚ୍ ସ୍ମୃତିକୁ ତାଜା କରିଛି । ଗାଙ୍ଗୁଲି ସେହି ମ୍ୟାଚରେ ପ୍ରଥମ ପାଳିରେ 131 ରନ୍ କରିଥିଲେ । ଏହାସହ ପ୍ରଥମ ମ୍ୟାଚ୍ରେ ଶତକ କରିଥିବା 10ମ ଖେଳାଳି ଥିଲେ ଗାଙ୍ଗୁଲି ।
Sourav Ganguly ➞ 1️⃣3️⃣1️⃣ Rahul Dravid ➞ 9️⃣5️⃣ #OnThisDay in 1996 at Lord's, two of India's best batsmen made their Test debuts ?
?️ WATCH them recall the special occasion ? pic.twitter.com/BENVxPGfGj — ICC (@ICC) June 20, 2020
Made my debut today .. life’s best moment @bcci pic.twitter.com/2S9VLSSVzE
— Sourav Ganguly (@SGanguly99) June 19, 2020
ସେପଟେ ଦ୍ରାବିଡ଼ ସେହି ମ୍ୟାଚ୍ରେ 95 ରନ୍ କରିଥିଲେ । ଏବେର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମଧ୍ୟ ନିଜର ଡେବ୍ୟୁ ଟେଷ୍ଟ ମ୍ୟାଚ୍କୁ ମନେପକାଇଛନ୍ତି । ସେ ଲେଖିଛନ୍ତି, ‘ଆଜି ମୁଁ ପଦାର୍ପଣ କରିଥିଲି । ଜୀବନର ଶର୍ବଶ୍ରେଷ୍ଠ ମୁହୂର୍ତ୍ତ ।’ କିନ୍ତୁ ଗାଙ୍ଗୁଲି ନିଜର ଅନ୍ତର୍ଜାତୀୟ କ୍ରିକେଟ ଡେବ୍ୟୁ 1992ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୱାନଡେରେ କରିଥିଲେ । ସେ ଏହି ମ୍ୟାଚ୍ରେ କେବଳ 3 ରନ୍ କରିପାରିଥିଲେ ।
