ଦାବୀ ପୂରଣ ନହେଲେ ନଭେମ୍ବର 17ରେ ଏକ ବିଶାଳ ସମାବେଶ ସଂଘ କରିବ ବୋଲି ନିଷ୍ପତି ନେଇଛି । ତେବେ ଦେଖିବାକୁ ବାକି ରହିଲା କେବେ ସେମାନଙ୍କ ଦାବୀ ପୂରଣ ହେଉଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବିଭିନ୍ନ କମ୍ପାନୀରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କ ସମସ୍ୟା ସମାଧାନ ଦାବିରେ ଓଡିଶା ଠିକା ମଜଦୂର ମହାସଂଘର ସମ୍ମିଳନୀ। ଦାବି ପୂରଣ ନ କଲେ ଆନ୍ଦୋଳନର ପ୍ରସ୍ତୁତି କରିବ ସଂଘ। ଏହି ସମ୍ମିଳନୀରେ ରାଜ୍ୟରେ ବିଭିନ୍ନ ସରକାରୀ, ବେସରକାରୀ ତଥା ରାଷ୍ଟ୍ରାୟତ ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ ଠିକା ଶ୍ରମିକ , ଅସ୍ଥାୟୀ କର୍ମଚାରୀ ମାନେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ଷେତ୍ରରେ ସମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ସ୍ଥାୟୀ କାମରେ ସ୍ଥାୟୀ ନିଯୁକ୍ତି ଓ ସର୍ବନିମ୍ନ ମଜୁରୀ ବଦଳରେ ଜୀବିକା ମଜୁରୀ ପାଇଁ ଦାବୀ ହୋଇଛି।
ଦାବୀ ପୂରଣ ନହେଲେ ନଭେମ୍ବର 17ରେ ଏକ ବିଶାଳ ସମାବେଶ ସଂଘ କରିବ ବୋଲି ନିଷ୍ପତି ନେଇଛି । ତେବେ ଦେଖିବାକୁ ବାକି ରହିଲା କେବେ ସେମାନଙ୍କ ଦାବୀ ପୂରଣ ହେଉଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ରାଜ୍ୟରେ ଉନ୍ନତମାନର ସ୍ବାସ୍ଥ୍ୟ ସୁବିଧା ଯୋଗାଉଥିବାର ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ଏମିତିକି କେନ୍ଦ୍ରର ଅନେକ ଲୋକାଭିମୁଖୀ ଯୋଜନାକୁ ଏଡ଼ାଇ ନିଜର ସ୍ବତନ୍ତ୍ର ଯୋଜନା ଚଲାଉଛନ୍ତି । ହେଲେ ଏତେ ସବୁ ସତ୍ତ୍ବେ ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବାରେ ଫେଲ୍ ମାରିଛନ୍ତି ସରକାର । ରାଜ୍ୟରେ ଶିଶୁ ମୃତ୍ୟୁ ରୋକିବାରେ ଫେଲ୍ ମାରିଛି ସ୍ବାସ୍ଥ୍ୟ ବିଭାଗ । କଟକ ମହାନଗର ନିଗମ ଅଧୀନରେ ଥିବା ଜନ୍ମ ମୃତ୍ୟୁ ପଞ୍ଜିକରଣ ତଥ୍ୟ ଅନୁଯାୟୀ ମାତ୍ର ୨୦ ମାସରେ ଗଲାଣି ୩ ହଜାର ଶିଶୁଙ୍କ ଜୀବନ । ୨୦୨୨ ରୁ ୨୦୨୩ ଗୋଟିଏ ବର୍ଷ ମଧ୍ୟରେ ୩୪୮୭ ଜଣ ଶିଶୁ ଆବଶ୍ୟକୀୟ ସ୍ବାସ୍ଥ୍ୟ ସୁବିଧାର ବଞ୍ଚିତ ହୋଇ ଜୀବନ ହାରିଛନ୍ତି । ଅର୍ଥାତ ପ୍ରତିଦିନ ୫ ରୁ ୬ ଜଣ ଶିଶୁଙ୍କ ଜୀବନ ଯାଉଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି କଟକ ନଗର ମହିଳା ମୋର୍ଚ୍ଚା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଶିଶୁ ମୃତ୍ୟୁର କାରଣ ଏବଂ ଏହାକୁ ରୋକିବା ପାଇଁ ଶିଶୁ ଭବନ ଅଧ୍ୟକ୍ଷଙ୍କୁ ଭେଟି ଆଲୋଚନା କରିବା ସହ ଏକ ଦାବି ପତ୍ର ଦେଇଛନ୍ତି । ଏଥି ସହ ଯଦି ଆଗାମୀ ଦିନରେ ଶିଶୁ ମୃତ୍ୟୁ ହାର କମ କରିବାରେ ରାଜ୍ୟ ସରକାର ସଫଲ ନହୁଅନ୍ତି ତେବେ ବିଜେପି ରାସ୍ତାକୁ ଓହ୍ଲାଇ ଏହାର ଜବାବ ମାଗିବ ବୋଲି ଚେତାବନୀ ଦେଇଛନ୍ତି । ଗୋଟଏ ପଟେ ରାଜ୍ୟରେ କମୁନି ଶିଶୁ ମୃତ୍ୟୁ ହାର ସେଇଠି ରାଜ୍ୟର ଏକ ମାତ୍ର ପ୍ରମୁଖ ଶିଶୁ ଚିକିତ୍ସା ପ୍ରତିଷ୍ଠାନ ଶିଶୁ ଭବନର ଅବହେଳିତ ଚିତ୍ର ସାମ୍ନାକୁ ଆସିଛି । ଚିକିତ୍ସା ପାଇଁ ଏଠାକୁ ପ୍ରତିଦିନ ହଜାର ହଜାର ଶିଶୁ ଆସୁଥିବା ବେଳେ ପାଇପାରୁନାହାନ୍ତି ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ।
ଶିଶୁଭବନରେ ମାତ୍ର ୪୧୨ଟି ବେଡ଼ ରହିଛି । ସେହିପରି icu ସହ SNCUର ବେଡ଼ ମଧ୍ୟ ଯଥେଷ୍ଟ କମ ରହିଛି । ଏପଟେ ମାସେରୁ ଅଧିକ ସମୟ ହେଲାଣି ଶିଶୁ ଭବନର ଜି୭ ବିଲ୍ଡିଂ କାମ ହୋଇସାରିଥିଲେ ବି ଲୋକାପର୍ଣ ହୋଇପାରୁନି । ଆବଶ୍ୟକୀୟ ସ୍ବାସ୍ଥ୍ୟ ବିଶେଷଜ୍ଞ, ପାରାମେଡିକାଲ କର୍ମଚାରୀ ଓ ମେଡ଼ିକାଲ ଉପକରଣ ନଥିବାରୁ ଏହି ବିଲ୍ଡିଂର ଲୋକାର୍ପଣ ହୋଇ ପାରୁନାହିଁ । ମହାନଗରନିଗମ ତଥ୍ୟ ଅନୁଯାୟୀ ୨୦୨୨ ଜାନୁଆରୀରୁ ଡିସେମ୍ବର ଭିତରେ ୨୩୬୯ ଶିଶୁଙ୍କର ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସେହିପରି ୨୦୨୩ ଜାନୁଆରୀରୁ ଅଗଷ୍ଟ ମାସ ମଧ୍ୟରେ ୧୧୧୮ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଚଳିତ ବର୍ଷ ଜାନୁଆରୀ ମାସରେ କେବଳ ୧୫୬ ଶିଶୁ ପ୍ରାଣ ହରାଇଥିବା ବେଳେ ଅଗଷ୍ଟରେ ଏହା ୧୬୨ରେ ପହଁଞ୍ଚିଛି ।
ନୂଆପଡ଼ା: ବାଟବଣା ପ୍ରାକ୍ ଶିକ୍ଷା । ଅଙ୍ଗନୱାଡ଼ି କେନ୍ଦ୍ରରେ ଲାଗିରହିଛି ଅବ୍ୟବସ୍ଥା । ଭଙ୍ଗା ଦଦରା ଘରେ ବସିବାକୁ ବାଧ୍ୟ ହେଉଛନ୍ତି ପିଲା । ନାହାନ୍ତି ଅଙ୍ଗନୱାଡ଼ି କର୍ମୀ, ପାଠପଢ଼ା ସମ୍ପୂର୍ଣ୍ଣ ଠପ୍ । ପୁରୁଣା ଗୃହରେ ଚାଲିଛି ଭବିଷ୍ୟତ ଗଢ଼ା । ଶୀଘ୍ର ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି କରିବାକୁ ଦାବି କରାଯାଇଛି । ଅଙ୍ଗନୱାଡ଼ି ଗୃହ ବିପଦ ସଙ୍କୁଳ ହୋଇଥିବାରୁ ଭଙ୍ଗା ଦଦରା ଘରେ ପଢିବାକୁ ବାଧ୍ୟ ହେଉଛନ୍ତି ଗଡ଼ଗଡ ଟେଟେଙ୍ଗ ପଡ଼ା ଗାଁର ଛୋଟ ଛୋଟ ପିଲା । ସ୍ଥାୟୀ କେନ୍ଦ୍ର ଥିଲେ ସୁଦ୍ଧା ସ୍ବଚ୍ଛତା ଏବଂ ରୋଷେଇ ଗୃହ ନଥିବାରୁ ଗୋଟିଏ ପୁରୁଣା ଗୃହରେ ଚାଲିଛି ଭବିଷ୍ୟତ ଗଢା ।
ସ୍ଥାୟୀ କେନ୍ଦ୍ର ଥୁଲେ ସୁଦ୍ଧା ପୁରୁଣା ଘର ହୋଇ ଥିବାରୁ 33 ଜଣ କୁନି କୁନି ପିଲା ଏବେ ବିପଦ ସଙ୍କୁଳ ଅବସ୍ଥାରେ ଅଛନ୍ତି । ବର୍ଷା ଦିନେ ସବୁବେଳେ ଛାତରୁ ପାଣି ଝରୁଥିବାରୁ ପାଠ ପଢିବାରେ ଅସୁବିଧା ହେଉଥିବା କହିଛନ୍ତି ଅଭିଭାବକ ମାନେ । ଏପଟେ ନୂଆପଡ଼ା ଉପଜିଲ୍ଲାପାଳ ଙ୍କୁ ପଚାରିବାରୁ , ଆମେ ସରକାରଙ୍କୁ ଏ ବିଷୟରେ ଜଣାଇବୁ ଏବଂ ଯଥାଶୀଘ୍ର ସମସ୍ୟା ର ସମାଧାନ କରାଯିବ ବୋଲି କହିଛନ୍ତି । ଶିଶୁଙ୍କ ପାଇଁ କେବେ ଯେ ସରକାର ଚିନ୍ତା କରିବେ ଆଉ ଯଥା ଶୀଘ୍ର ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି କରିବେ ତାହା ଦେଖିବାକୁ ବାକି ରହିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : କଟକ ଚୌଧୁରୀ ବଜାରରେ ଥିବା ଏକ ଶାଢ଼ୀ ଦୋକାନରେ ଲାଗିଥିଲା ଭୀଷଣ ନିଆଁ । ଦୀର୍ଘ ଚାରି ଘଣ୍ଟା ପରେ ଚୌଧୁରୀ ବଜାରର ଲୁଗା ଦୋକାନରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇପାରିଛି । ଏବେ ବିପଦ ସଂପୂର୍ଣ୍ଣ ଟଳିଯାଇଛି । ଏନେଇ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏବେ ବି ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୧୦ଟି ଟିମ୍ ନିଆଁ ଲିଭାଇବା ଲାଗି ଅକ୍ଳାନ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏଯାଏ ବହୁ ଲୁଗା ଓ ଅନ୍ୟାନ୍ୟ ଆସବାବପତ୍ର ଜଳିପୋଡ଼ି ଯାଇଥିବା ଜଣାଯାଇଛି । ନିଆଁ ଲାଗିଥିବା ଦୋକାନର ପାଖାପାଖି ଅନ୍ୟ କୌଣସି ଦୋକାନକୁ ନିଆଁ ବ୍ୟାପିନାହିଁ ।