ଆଖି ଛଳ ଛଳ। ଚର୍ମ ଦୁର୍ବଳ। ବୟସ ପାଖାପାଖି ୮୩ ହେବ । ନୀଳଗିରି ବ୍ଲକ ବରହମପୁର ଗ୍ରାମର ବର୍ଷୀୟ ବୃଦ୍ଧ ନାରାୟଣ ପାଣି। ବୟସ ହେତୁ ବର୍ଧ୍ୟକ ଭତ୍ତା 500 ଟଙ୍କା ଲେଖାଏଁ ପାଉଥିଲେ। ହେଲେ ବିଡ଼ମ୍ବନାର ବିଷୟ ତାଙ୍କୁ ପଂଚୟତ ନିର୍ବାହୀ ଅଧିକାରିଣୀ ଶାନ୍ତିଲତା ନାୟକ ବୃଦ୍ଧଙ୍କୁ ମୃତ ଦର୍ଶାଇ ତାଙ୍କର ଭତ୍ତା ଟଙ୍କା ବନ୍ଦ କରାଇଦେଇଛନ୍ତି। ବିଗତ ତିନିମାସ ହେବ ତାଙ୍କର ଭତ୍ତା ଟଙ୍କା ଆକାଉଣ୍ଟକୁ ନଆସିବାରୁ ସେ ତାଙ୍କ ପୁଅ ସହ ବ୍ୟାଙ୍କ ଓ ବ୍ଲକ ଆସି ବୁଝିବାରୁ ସେ ମୃତ ବୋଲି ବ୍ଲକରୁ କହିଥିଲେ। ଭତ୍ତା ଟଙ୍କାରେ ଔଷଧ କିଣି ଖାଉଥୁବା ବେଳେ ଏବେ ହଇରାଣ ହେଉଥିବା କଥା କହିଛନ୍ତି।
ରାଜନୀତି ଉଦେଶ୍ୟ ରଖି ମୋ ବାପାଙ୍କ ଭତ୍ତା କାଟିଛନ୍ତି ବୋଲି କହିଛନ୍ତି ତାଙ୍କ ପୁଅ। ଜୀବିତ ବ୍ୟକ୍ତିଙ୍କୁ ଏଭଳି ମୃତ ଦର୍ଶାଇବାକୁ ପୁଅ ନିନ୍ଦା କରିବା ସହ ପିଇଓ ଙ୍କ ଵିରୋଧ ରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପୁଅ। ଏନେଇ ପିଇଓ ଶାନ୍ତିଲତା ନାୟକଙ୍କ ଵିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବୃଦ୍ଧ ଜଣଙ୍କ ବରହମପୁର୍ ଥାନରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ବୃଦ୍ଧଙ୍କ ପୁଅ ଘଟଣା ବିଷୟରେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କୁ ସବୁ ଜଣାଇବା ପରେ ନୀଳଗିରି ବିଡ଼ିଓ ଙ୍କୁ ଦାବୀ ଜଣାଯାଇଛି। ଅଭିଯୋଗ ପାଇଁ ନୀଳଗିରି ବିଡ଼ିଓ ତତ୍ପରତା ଦେଖାଇ ତଦନ୍ତ ପାଇଁ ନିଦ୍ଦେର୍ଶ ଦେଇଛନ୍ତି ଓ ଘଟଣା ସତ ହୋଇଥିଲେ ତୁରନ୍ତ ତାଙ୍କୁ ବକିୟା ଭତ୍ତା ଟଙ୍କା ଦିଆଯିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା କହିଛନ୍ତି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।