1-2018-19 ପ୍ରୋଭିଜିନାଲ ଓଏଟିଙ୍ଗ ତାଲିକା ଅନୁସାରେ ପ୍ରାୟ ଦେଢ଼ ଲକ୍ଷଙ୍କ ଯୋଗ୍ୟ ହିତାଧିକାରୀଙ୍କ ରହିଥିଲେ । ଏବେର ସଂଭାବ୍ୟ ତାଲିକାରେ ସେମାନଙ୍କ ର ନାଁ ନାହିଁ । ତେଣୁ ସ୍ୱଛତା ବଜାୟ ରଖାଯାଉ । ସେଇ ତାଲିକାକୁ ରେଫରାଲ ଭାବେ ନିଆ ଯାଇ ଘର ଆବଣ୍ଟନ କରାଯାଉ । 2- ଅଯୋଗ୍ୟ ଲୋକଙ୍କ ଖବର ଯେ ଦେବ ବା ଯେଉଁମାନେ ଅଭିଯୋଗ କରିବେ ତାଙ୍କ ନାମ କୁ ଗୁପ୍ତ ରଖିବା ଦରକାର । ନହେଲେ ଗାଁ ଗାଁ ରେ ଗଣ୍ଡଗୋଳ ହେବ । ପଂଚାୟତ ଅଫିସ ବଦଳରେ ବ୍ଲକ ରେ ଅଭିଯୋଗ ବାକ୍ସ ଖୋଲାଯାଉ ।
3- ଯେଉଁ ମାନଙ୍କର ପାଳ ଘର ଥିଲା ସେମାନେ ତିନି ବର୍ଷ ଅପେକ୍ଷା କରି କରି ଆଜାବେଷ୍ଟ ପକାଇଛନ୍ତି । ଯାହାର ଆଜବେଷ୍ଟ ଘର ଅଛି ତାକୁ ସାମିଲ କରାଯାଉ ।
4-ପିଏମ ଆବାସ ଲୋଗ ହିଁ ଲଗାଯାଉ। 40 ପ୍ରତିଶତ ଅର୍ଥ ଦେଇ ଯେଉଁ ଲୋଗ କଥା ବିଜେଡି କହୁଛି ତାକୁ ବରଦାସ୍ତ କରାଯିବ ନାହିଁ ।
୫ - ଯଦି ଯୋଗ୍ୟ ଲୋକଙ୍କୁ ଘର ନ ମିଳିବ ତେବେ ବିଜେପି ଜୋରସୋର ଆନ୍ଦୋଳନ କରିବ । ନବୀନ ନିବାସ ବି ଘେରାଉ ହେବ ।
ଯୋଗ୍ୟ ହିତାଧିକାରୀ ଘର ମିଳୁ। ବିଜେପି ସବୁବେଳେ ଦାବି କରି ଆସିଛି। 2018-19 ରେ ତାଲିକା ଆସିଥିଲା ଦଳୀୟ ଆଧାରରେ ଆସିଥିଲା। ଯେତିକି ଥର ଘର ପାଇଁ ସର୍ଭେ ହୋଇଛି, ଦଳୀୟ ଆଧାରରେ ହୋଇଛି।
ରାଜ୍ୟ ସରକାର ଚଞ୍ଚକତା ସହ ଦଳୀୟ ଆଧାରରେ ବାଣ୍ଟିବା ପାଇଁ ଉଦ୍ୟମ କରୁଛନ୍ତି । ବିଜୁ ଜନତା ଦଳ ସହିତ ସମ୍ପୃକ୍ତ ଲୋକ ମାନଙ୍କୁ କେବଳ ଦିଆଯିବା କୁ ଥିବା ପକ୍କା ଘରରେ ସାମିଲ କରାଯାଇଛି । ଯେଉଁମାନେ ଅନ୍ୟ ଦଳ ସହିତ ସମ୍ପୃକ୍ତ କିମ୍ବା ସାଧାରଣ ଲୋକ ସେମାନଙ୍କ ନାଁ କୁ ସାମିଲ କରାଯାଇନି । ବିଜେପି ଚେତାବନୀ ଦେଉଛି ଯୋଗ୍ୟ ଲୋକ ନପାଇଲେ ଭୁ୍ୟଙ୍କର ହେବ ।
ଓଡିଶା ଖବର ଆହୁରି ପଢନ୍ତୁ