ଛତିଶଗଡ ଏବଂ ଓଡିଶା ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ସବୁବେଳେ ସହଯୋଗର ହାତ ବଢାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ନବୀନ ପଟ୍ଟନାୟକ ଓ ରମଣ ସିଂହଙ୍କର ବୈଠକ ଡକାଇଥିଲେ। ହେଲେ ଆଲୋଚନା ଅଧାରୁ ବୈଠକରୁ ଉଠି ଚାଲିଆସିଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ। ପରେ ଟ୍ରିବ୍ୟୁନାଲ ଗଠନ ପୂର୍ବରୁ ଲୋକସଭାରେ ଏ ନେଇ ଉତ୍ତର ରଖି ସ୍ପଷ୍ଟ କରିଥିଲେ ତତ୍କାଳୀନ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ନୀତିନ ଗଡକରୀ । ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ସରକାରଙ୍କୁ ସୁଯୋଗ ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ମଧ୍ୟ ଲେଖିଥିଲେ ଗଡକରୀ।
ଅଧିକ ଖବର ପଢ଼ନ୍ତୁ: ବବିଙ୍କ ଭାଷାରେ ସିଏମଓ କିଏ ?
ଖରାଦିନ ଆରମ୍ଭ ହେଉ ହେଉ ଶୁଖିଗଲାଣି ମହାନଦୀ। ଗତ 18 ବର୍ଷରେ ମାର୍ଚ୍ଚରେ ହୀରାକୁଦ ଜଳଭଣ୍ଡାରର ସ୍ତର ସବୁଠାରୁ କମ୍ ରହିଛି। ଏପଟେ ଇଏ ହେଉଛି ତାର ପ୍ରଭାବ। ନୟାଗଡ଼ରେ ଏବେ ଠାରୁ ପାଣି ପାଇଁ ହାହାକାର। ସେପଟେ ବର୍ଷାଦିନେ ସମୁଦ୍ରକୁ ବୋହିଯାଉଛି 52 ପ୍ରତିଶତ ବର୍ଷା ଜଳ। ଏହାକୁ ରୋକିବାକୁ ମାଷ୍ଟରପ୍ଲାନ ସହ ୭ ଟି ବଡ ବ୍ୟାରେଜ ଓ ୩୦ଟି ସ୍ଥାନରେ ନଦୀ ମଧ୍ୟରେ ଜଳାଶୟ କରିବାକୁ ୨୦୧୭ରୁ ଘୋଷଣା କରାଯାଇଥିଲା । ବର୍ଷା ଛାଡିଲେ ବର୍ଷ ସାରା ଶୁଖିଲା ମହାନଦୀ । ପାନୀୟ ଜଳ ଠାରୁ ଆରମ୍ଭ କରି ଜଳସେଚନ, ଶିଳ୍ପ ଏବଂ ବିଦ୍ୟୁତ ଉତ୍ପାଦନରେ ମହାସଙ୍କଟରେ ପଡିଛି ଓଡିଶା । ଆଉ ଏପଟେ ଟ୍ରିବ୍ୟୁନାଲ ଅବଧି ଶେଷ ହୋଇଥିବା ବେଳେ ବିବାଦ ଆହୁରି ଜଟିଳ ହୋଇଛି ।