ସକାଳୁ ବର୍ତ୍ତମାନ ସୁଦ୍ଧା ୧୮୮୨ ଜଣ ୧୫ରୁ ୧୮ ବର୍ଷ ପିଲା ଟୀକା ନେଇସାରିଲେଣି । ଗତକାଲି ଶିକ୍ଷା ବିଭାଗ ସହ ବୈଠକରେ ନିଷ୍ପତ୍ତି ହୋଇଛି ପିଲା ଓ ଅଭିଭାବକଙ୍କ ମଧ୍ୟରେ ସଚେତନ କରିବେ ଶିକ୍ଷକ । ପ୍ରତି ସ୍କୁଲ ମଧ୍ୟ ୧୫ରୁ ୧୮ ବର୍ଷ ପିଲାଙ୍କ ତାଲିକା ପ୍ରସ୍ତୁତ କରିବେ । ଯେଉଁ ସ୍କୁଲ ଭିତ୍ତିଭୂମି ଠିକ ଅଛି କିମ୍ବା ପରୀକ୍ଷା ନାହିଁ ସେହି ସ୍କୁଲରେ ଟୀକାକରଣ କେନ୍ଦ୍ର କରିପାରିବେ । ଯେଉଁଠି ବି ପିଲାଙ୍କଠାରେ ଲକ୍ଷଣ ଆସୁଛି ସ୍କୁଲ ଆସିବାକୁ ବାରଣ କରାଯାଉଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ଅନଲାଇନ ପଞ୍ଜିକରଣ କରିଥିଲେ ସିଧାସଳଖ ଆସି ଟିକା ନେଇପାରିବେ

ଅର୍ଗସ ବ୍ୟୁରୋ: ଅନଲାଇନ ପଞ୍ଜିକରଣ କରିଥିଲେ ସିଧାସଳଖ ଆସି ଟୀିକା ନେଇପାରିବେ । ଯେଉଁମାନେ ଅନଲାଇନ ପଞ୍ଜିକରଣ କରିନାହାନ୍ତି ଅନ ସାଇଟ ପଞ୍ଜିକରଣ କରାଯାଇ ଟିକା ଦିଆଯିବ । ସମସ୍ତ କୋଭିଡ ନିୟମ ମାନିବାକୁ ପରାମର୍ଶ ଦିଆଯାଇଛି । କୌଣସି ପାର୍ଶ୍ଵ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ଯେଉଁ ମାନଙ୍କର ପରୀକ୍ଷା ଅଛି, ସେମାନଙ୍କୁ ପରୀକ୍ଷା ପରେ ଟିକା ଦିଆଯିବ ।
Download Argus News App
