ଆଲୋକମାଳାରେ ସୁସଜ୍ଜିତ ହୋଇଥିବା ଏ ସୁନ୍ଦର ସ୍ଥାନ ଏବେ ଘମାଘୋଟ ଅନ୍ଧକାର ଭିତରେ ନିଜ ପୂର୍ବ ସ୍ଥିତି ଖୋଜୁଛି । ଏହି ସ୍ଥାନଟିକୁ ରକ୍ଷଣାବେକ୍ଷଣ କରି ବଣଭୋଜି ସ୍ଥଳ କଲେ ସାଧାରଣ ଜନତାଙ୍କର ଆକର୍ଷଣ ଆହୁରି ଅଧିକ ହୁଅନ୍ତା ବୋଲି କହିଛନ୍ତି ସ୍ଥାନୀୟ ଅଧିବାସୀ । ମହାନଗର ନିଗମ ତରଫରୁ ବହୁ ଅର୍ଥ ବ୍ୟୟରେ ନିର୍ମାଣ ହୋଇଥିବା ଏହି ସ୍ଥଳଟିର ରକ୍ଷଣାବେକ୍ଷଣ ପାଇଁ ଦାବି କରିଛନ୍ତି ବିଜେପି କର୍ପୋରେଟର।
କଟକ ସହରକୁ ନୂଆ ରୂପରେଖ ଦେବାକୁ ଯୋଜନା କରୁଥିବା ପ୍ରଶାସନ କଟକ ଇନ୍ କଟକ ପାଇଁ ଦେଖାଉନାହିଁ ତତ୍ପରତା । କଟକ ଇନ୍ କଟକକୁ ଏକ ପର୍ଯ୍ୟଟନସ୍ଥଳୀ କରିବା ସହିତ ଅଧିକ ଆକର୍ଷଣୀୟ କରିବା ପାଇଁ ତିଆରି ହୋଇଛି ମାଷ୍ଟର ପ୍ଲାନ । ବିଭାଗୀୟ ଅନୁମୋଦନ ପରେ ଏହାର ଏକ ସ୍ଥାୟୀ ପ୍ରାଚୀର ନିର୍ମାଣ ସହିତ ଏହାର ରକ୍ଷଣାବେକ୍ଷଣ ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମେୟର ।ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଏହି କଟକ ଇନ୍ କଟକର ସୌନ୍ଦର୍ଯ୍ୟକରଣ କେତେ ଦୂର କାର୍ଯ୍ୟକାରୀ ହେବ ତାହା ଦେଖିବାକୁ ବାକି ରହିଲା ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।