ଅର୍ଗସ ବ୍ୟୁରୋ: ଆଜି ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନ। ବାଚସ୍ପତି ଦାୟିତ୍ବ ନେବା ପରେ ସର୍ବଦଳୀୟ ବୈଠକ ଡାକିବେ ବାଚସ୍ପତି ପ୍ରମିଳା ମଲ୍ଲିକ । ଅଧିବେଶନର ପ୍ରଥମ ଦିନ ୧୧ଟାରୁ ଆରମ୍ଭ ହେବ ଗୃହ କାର୍ଯ୍ୟ । ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ ପରେ ପ୍ରଥମାର୍ଦ୍ଧ ମୁଲତବୀ ରହିବ । ଅପରାହ୍ନ ୫ଟାରେ ଗୃହରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଅତିରିକ୍ତ ବଜେଟ୍ ର ଆକାର ପ୍ରାୟ ୨୨ହଜାର କୋଟି ବୋଲି ଜଣାପଡ଼ିଛି । ଏହା ବ୍ୟତିତ ଆପାର୍ଟମେଣ୍ଟ ଅଧ୍ୟାଦେଶ, ଡ୍ରିମ୍ ସ ୟୁନଭରସିଟି ବିଲ୍, ପାଣି ପଞ୍ଚାୟତ ବିଲ୍, ଓବିସି କମିଶନ ଅଧ୍ୟାଦେଶ ଗୃହରେ ଆଗତ ହେବ ।
ବିଧାନସଭା ପାଇଁ ତ୍ରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିଛି କମିସନରେଟ ପୋଲିସ । ୩୦ ପ୍ଲାଟୁନ ପୋଲିସ ଫୋସ ଓ ୧୨୫ ଅଫିସର ସୁରକ୍ଷା ପାଇଁ ମୁତୟନ କରାଯିବେ । ସେପଟେ ବିଧାନସଭା ରଣନୀତି ପ୍ରସ୍ତୁତ ପାଇଁ ଆଜି ବସିବ ତିନି ଦଳର ବିଧାୟକ ଦଳ ବୈଠକ । ଶାସକ ଦଳକୁ ଘେରିବାକୁ ଉଭୟ ବିଜେପି ଓ କଂଗ୍ରେସ ପ୍ରସଙ୍ଗର ଲମ୍ବା ତାଲିକା ପ୍ରସ୍ତୁତ କରୁଥିବା ବେଳେ ଶାସକ ଦଳ ବି କାଉଣ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ଯୋଜନା କରିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜି ଓଡ଼ିଶା ବିଧାନସଭା ବାଚସ୍ପତି ନିବାଚନ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବରିଷ୍ଠ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ଏଥିପାଇଁ ସେ ରାଜସ୍ୱ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଅନ୍ୟ କୌଣସି ଦଳରୁ କେହି ପ୍ରାର୍ଥୀ ଦେଉନଥିବାରୁ ସେ ର୍ନିଦ୍ୱନ୍ଦରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି । ତେବେ ଆଜି ଓଡ଼ିଶା ପାଇବାକୁ ଯାଉଛି ପ୍ରଥମ ମହିଳା ବାଚସ୍ପତି । ଆଜିଠୁ ବସିବାକୁ ଥିବା ବିଧାନସଭାର ମୌସୁମୀ ଅଧିବେଶନରେ ଅଧ୍ୟକ୍ଷତା କରିବେ ପ୍ରମିଳା ମଲ୍ଲିକ । ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ୬ ଥର ବିଧାନସଭାକୁ ନିର୍ବାଚିତ ହେଲେଣି । ସେ ବିଭିନ୍ନ ସମୟରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି।
ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା ମଲ୍ଲିକ । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ଗତକାଲି ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରମିଳା।
ପୂର୍ବରୁ ବାଚସ୍ପତି ପଦରେ ଥିବା ବିକ୍ରମ କେଶରୀ ଆରୁଖଙ୍କୁ ପୁଣିଥରେ ନବୀନ ନିଜ ମନ୍ତ୍ରୀମଣ୍ଡଳକୁ ଆଣିବା ପରେ ବାଚସ୍ପତି ପଦ ଫାଙ୍କା ପଡିଥିଲା । କିଏ ପରବର୍ତ୍ତୀ ବାଚସ୍ପତି ହେବେ ତାହାକୁ ନେଇ ଅନେକ ନାଁକୁ ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଶେଷରେ ପ୍ରମିଳାଙ୍କ ନାଁରେ ମୋହର ମାରିଥିଲେ ବିଜେଡି ସୁପ୍ରିମୋ । ପ୍ରମିଳା ବାଚସ୍ପତି ଭାବେ ଶପଥ ନେବା ପରେ ଓଡ଼ିଶା ପାଇବ ପ୍ରଥମ ମହିଳା ବାଚସ୍ପତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଲୋକସଭା ପରେ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ପାସ । ବିଲ ସପକ୍ଷରେ ପଡ଼ିଲା 215 ଭୋଟ । ବିପକ୍ଷରେ ପଡ଼ିଲାନି ଗୋଟିଏ ବି ଭୋଟ୍ । ବୁଧବାର ଲୋକସଭାରେ ବହୁମତରେ ଏହି ବିଲ ପାସ ହୋଇଥିଲା । ଗତକାଲି ଦିନ ତମାମ ଏହି ବିଲ୍ ଉପରେ ଚର୍ଚ୍ଚା ସରିବା ପରେ ଭୋଟିଂ ହୋଇଥିଲା । ଏହାପରେ ରାଜ୍ୟସଭାରେ `ନାରୀଶକ୍ତି ବନ୍ଦନ ଅଧିନିୟମ' ପାସ୍ ହୋଇଛି । ଏହି ବିଲ୍ ଦେଶର ଲୋକଙ୍କ ଉପରେ ଏକ ନୂତନ ଆତ୍ମବିଶ୍ବାସ ସୃଷ୍ଟି କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ବିଲ୍ କୁ ସମର୍ଥନ ପାଇଁ ସମସ୍ତଙ୍କୁ ଜଣାଇଲେ ଧନ୍ୟବାଦ ।
ଅଧିକ ପଢ଼ନ୍ତୁ ଦେଶ ଖବର: