ଅଧିକ ପଢ଼ନ୍ତୁ: ରାଜ୍ୟସାରା ବଢିଚାଲିଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ
ତେବେ ମଙ୍ଗଳବାର ବୁଢାବଳଙ୍ଗ ନଦୀର ବଡସାହି ତହସିଲ ଅଧୀନ ବର୍ତ୍ତନା ନଦୀଘାଟରୁ ଏକ ନୂତନ ଟ୍ରାକର ବେଆଇନ ବାଲି ଚାଲାଣ କରୁଥିବା ବେଳେ ବେତନଟୀ ପୁଲିସ ହାତରେ ଧରାପଡିବା ପରେ କାରବାର ସମ୍ବନ୍ଧରେ ସାଂଘାତିକ ତଥ୍ୟ ପଦାକୁ ଆସିଛି । ଅଦ୍ୟାବଧି ଟ୍ରାକ୍ଟର ଓ ଡଲାର ପରିବହନ ପଞ୍ଜିକରଣ ହୋଇନାହିଁ । ସୂଚନା ମୁତାବକ ଟ୍ରାକ୍ଟରଟି ସ୍ବରାଜ କମ୍ପାନୀର ଓ ବାଲେଶ୍ଵରର କମ୍ପାନୀ ଅଧିକୃତ ସୋ-ରୁମରୁ କିଣାଯାଇଛି । ଜବତ ସମୟରେ ଚାଳକ ଫେରାର ହୋଇଯିବାରୁ ଅଧିକ ତଥ୍ୟ ମିଳିନାହିଁ । ତେବେ ଏହି ଟ୍ରାକ୍ଟରଟି ଦୁଇ ସପ୍ତାହ ପୂର୍ବରୁ ଚଳାଚଳ କରୁଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।
ପରିବହନ ବିଭାଗର ନିୟମ ଅନୁଯାୟୀ ବିନା ପଞ୍ଜିକରଣରେ କୌଣସି ଯାନବାହନ ବିକ୍ରୟ ହୋଇପାରିବ ନାହିଁ କିମ୍ବା ରାସ୍ତାରେ ଚଳାଚଳ କରିପାରିବ ନାହିଁ । ପରନ୍ତୁ ନୂତନ ଟ୍ରାକ୍ଟର କିପରି ବିକ୍ରି ହେଲା କିପରି ତାହା ତଦନ୍ତ ସାପେକ୍ଷ । ଟ୍ରାକ୍ଟର ବିକ୍ରେତା(ସୋ'ରୁମ ମାଲିକ) ଓ କ୍ରେତା(ଟ୍ରାକ୍ଟର ମାଲିକ)ଙ୍କ ପ୍ରତିକ୍ରିୟା ମିଳିପାରିନି । ତେବେ ବେତନଟୀ ପୁଲିସ ଦ୍ୱାରା ଟ୍ରାକ୍ଟରଟି ଜବତ ହୋଇ ଥାନା ପରିସରରେ ରହିଥିବା ବେଳେ ଗାଡିର ବେଆଇନ ବ୍ୟବସାୟ ଉପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କଣ ହେଉଛି ତାଉପରେ ସମସ୍ତଙ୍କ ନଜର ।