ଏ ଖବର ପାଇ ଲୋଇସିଂହା ରେଞ୍ଜର ଅଧିକାରୀ ପହଞ୍ଚିଥିଲେ । ହେଲେ କାଠ ସିଜ୍ ବଦଳରେ ଠିକାଦାରଠୁ ହାତଗୁଞ୍ଜା ନେଇ ଫେରି ଆସିଥିବା ଅଭିଯୋଗ ହୋଇଛି । ଏପରିକି କିଛି ମୁଷ୍ଟିମେୟ ଲୋକ ଏହି କଟା ଗଛକୁ ନେଇ ଇଟାଭାଟିରେ ପୋଡାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ହେଲେ ସବୁ ଜାଣି ଚୁପ୍ ବନବିଭାଗ ଓ ବନ ଅଧିକାରୀ । ସେପଟେ ଲୋଇସିଂହା ଫରେଷ୍ଟ ରେଞ୍ଜରଙ୍କୁ ପଚାରିବାରୁ ତାଙ୍କ ପାଖେ ଗଛକଟା ଖବର ନଥିବା ସେ କହିଛନ୍ତି ।
ତାହାହେଲେ ଚିତ୍ରରେ ଦେଖୁଥିବା ଏହି କଟା ଗଛକୁ ଟ୍ରାକ୍ଟରରେ ଲୋଡ କରି କିଏ, କାହିଁକି ଓ କେଉଁଠାକୁ ନେଉଛି । ତାହା ବଡ ପ୍ରଶ୍ନ । ସବୁ ଜାଣି ବି ନଜାଣିଲା ପରି ବାହାନା କରୁଛନ୍ତି ବନ ଅଧିକାରୀ ?