ILS ନିର୍ଦ୍ଦେଶକ ଅଜୟ ପରିଡ଼ା ଗୌହାଟୀରେ ଚାଲିଥିବା ଏକ ପ୍ରେସ୍ କନ୍ଫରେନ୍ସରେ ଯୋଗ ଦେବାକୁ ଯାଇଥିଲେ ।ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଛି । କିନ୍ତୁ କଣ ପାଇଁ ଅଜୟ ପରିଡ଼ାଙ୍କ ମୃତ୍ୟୁ ହୋଇଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ହୁଏତ ଆଉ କିଛି ସମୟ ପରେ ଓଖଝ ନିର୍ଦ୍ଦେଶକଙ୍କ ମୃତ୍ୟୁ କିପରି ହେଲା , ସେନେଇ ସ୍ପଷ୍ଟ ସୂଚନା ମିଳିପାରେ ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ କୋଭିଡ଼ ମହାମାରୀ ସମୟରେ ILS ନିର୍ଦ୍ଦେଶକଙ୍କ ପରିଚାଳନା ଏବଂ କରୋନା ପରୀକ୍ଷଣ ( ଟେଷ୍ଟିଂ)ର ତାଙ୍କ ଭୂମିକା ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏପିରିକି ରାଜ୍ୟବାସୀଙ୍କୁ କୋଭିଡ଼ ମହାମାରୀ ନେଇ ସବୁବେଳେ ସତର୍କ କରାଉଥିଲେ ଅଜୟ ପରିଡ଼ା ।
ଓଡିଶା ଖବର ଆହୁରି ପଢ଼ନ୍ତୁ । |